Report Card Odisha

| Daily Odia News

ନୀଳମଣି ଫୁକନ ଏବଂ ଦାମୋଦର ମୌଜୋଙ୍କୁ ଜ୍ଞାନପୀଠ ପୁରସ୍କାର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜ୍ଞାନପୀଠ ପୁରସ୍କାର ଘୋଷଣା ହୋଇଛି । ୨୦୨୧ ପାଇଁ ଅସାମର କବି ନୀଳମଣି ଫୁକନ ଏବଂ ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ଜ୍ଞାନପୀଠ ପୁରସ୍କାରରେ ସମ୍ମାନତ କରାଯିବ । ସୂଚନା ଅନୁସାରେ- ଖ୍ୟାତନାମା ଅହମୀୟା କବି ନିଳମଣୀ ଫୁକନ ଏବଂ କୋଙ୍କଣୀ ସାହିତ୍ୟିକ ଦାମୋଦର ମୌଜୋଙ୍କୁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯିବ । ନୀଳମଣି ଫୁକନଙ୍କୁ ୨୦୨୧ ପାଇଁ ଏବଂ ଦାମୋଦର ମୌଜୋଙ୍କୁ ୨୦୨୨ ପାଇଁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯିବ । ଜ୍ଞାନପୀଠ ଚୟନ ସମିତି ଏମାନଙ୍କ ନାଁକୁ ଚୟନ କରିଛି । ପୁରସ୍କାର ସ୍ବରୂପ ଏମାନଙ୍କୁ ୧୧ ଲକ୍ଷ ଟଙ୍କାର ନଗଦ ରାଶି, ପ୍ରଶଂସା ପତ୍ର ପ୍ରଦାନ କରାଯିବ । ୧୯୯୩ ରେ ଜନ୍ମିତ ନୀଳମଣି ଫୁକନ ଆହମୀୟା କବିତା ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କର ଅନେକ କବିତା ବେଶ ଆଦୃତ ହୋଇଛି । ସେହିପରି କୋଙ୍କଣି ସାହିତ୍ୟିକ ଦାମୋଦର ମୌଜୋ ୧୯୪୪ ରେ ଜନ୍ମ ଗ୍ରହଣ କରିଥିବା ବେଳେ, ସମକାଳୀନ କୋଙ୍କଣି ସାହିତ୍ୟକୁ ସେ ବହୁ ଆଗକୁ ନେଇଛନ୍ତି । ୫୦ ବର୍ଷ ଧରି ସେ ବିଭିନ୍ନ କାହାଣୀ, ଉପନ୍ୟାସ , ଶିଶୁ ସାହିତ୍ୟରେ ଅନେକ କାଳଜୟୀ ରଚନା ଲେଖିଛନ୍ତି ।

Breaking News