ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି ଏବଂ ୩ ମେଗା ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶର ଅଖିଳେଶ ଯାଦବଙ୍କ ବିରୋଧରେ ବର୍ଷିଛନ୍ତି। ମୋଦୀ ଗୋରଖପୁରରେ ଏକ ରୢାଲିରେ ଉଦ୍ବୋଧନ ଦେବା ସମୟରେ ଅଖିଳେଶଙ୍କୁ ଇଙ୍ଗିତ କରି କହିଛନ୍ତି, ଲାଲ୍ ଟୋପି ପିନ୍ଧିଥିବା ବ୍ୟକ୍ତି ରାଜ୍ୟ ପାଇଁ ‘ ରେଡ୍ ଆଲର୍ଟ ‘। ଲାଲ୍ ଟୋପି ପିନ୍ଧିଥିବା ବ୍ୟକ୍ତି କେବଳ ନାଲିବତୀ ଗାଡ଼ି ମୋହରେ ଅଛନ୍ତି ଏବଂ ସେମାନେ ଉତ୍ତରପ୍ରଦେଶ ପାଇଁ ବିପଦ। ଲାଲ୍ ଟୋପି ପିନ୍ଧିଥିବା ବ୍ୟକ୍ତି ଦୁର୍ନୀତି କରିବାପାଇଁ କ୍ଷମତା ଚାହୁଛନ୍ତି। ସେମାନେ ନିଜ ପକେଟ ଭର୍ତ୍ତି କରିବାପାଇଁ, ମାଫିଆଙ୍କୁ ଛାଡ଼ି ଦେବାପାଇଁ ଏବଂ ଆତଙ୍କବାଦୀଙ୍କୁ ଦୟା ଦେଖାଇ ସେମାନଙ୍କୁ ଜେଲ୍ରୁ ଛାଡ଼ି ଦେବାପାଇଁ କ୍ଷମତା ଚାହୁଛନ୍ତି। ଇତି ମଧ୍ୟରେ ଅଖିଳେଶ ଯାଦବ ମୋଦୀଙ୍କ ମନ୍ତବ୍ୟ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶ କହିଛନ୍ତି, ତାଙ୍କ ଦଳର ଟ୍ରେଡ୍ମାର୍କ ଲାଲ୍ ଟୋପି ବିଜେପି ପାଇଁ ମଧ୍ୟ ଏକ ରେଡ୍ ଆଲର୍ଟ।






More Stories
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ…..
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ…..