Report Card Odisha

| Daily Odia News

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଥିବା ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି । ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ବାୟୁସେନାର MI-17 V 5 ହେଲିକପ୍ଟର ଚପରଟି ନୀଳଗିରି ହିଲସରେ ଦୁର୍ଘଟଣାର ଶିକାର ହୋଇଥିଲା । ହେଲିକପ୍ଟରରେ ସେନାର ପ୍ରମୁଖମ ଅଧିକାରୀଙ୍କ ସହିତ ରାୱତ ପତ୍ନୀ ମଧ୍ୟ ଯାଉଥିଲେ । ପ୍ରାରମ୍ଭିକ ଭାବରେ ଉଦ୍ଧାର କାର୍ଯ୍ୟ ସମୟରେ ରାୱତଙ୍କ ସମେତ ୩ ଜଣଙ୍କୁ ଉଦ୍ଧାର କରାଯାଇ ୱେଲିଂଟନ୍ ଏୟାର ବେସରେ ଭର୍ତ୍ତି କରାଯାଇଥିଲା । ତେବେ ମିଳିଥିବା ଶେଷ ଖବର ଅନୁଯାୟୀ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କେଉଁ ପରିସ୍ଥିରେ ଏଭଳି ଦୁର୍ଘଟଣା ଘଟିଲା ,ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାୟୁସେନା ବିମାନ ଦୁର୍ଘଟଣାକୁ ନେଇ  ସମୀକ୍ଷା କରିଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହୋଇଛି। ଦୁର୍ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ ରାଜନାଥ କରିଛନ୍ତି।

Breaking News