Report Card Odisha

| Daily Odia News

ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକାପ୍ଟର କ୍ରାସ୍ ଘଟଣାରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ। ସିଡିଏସ୍ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଶୋକ ପ୍ରସ୍ତାବକୁ ସମର୍ଥନ କଲେ ବିଜେପି ବିଧାୟକ ମୋହନ ମାଝୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମର୍ଥନ ଜଣାଇଲେ | ଗୃହରେ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟ ଏକ ମିନିଟ୍ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରିଥିଲେ । ଗୃହରେ ଦୁଃଖ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୧୩ ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ମୋହନ ମାଝୀ । ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Breaking News