ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ରୋହିଣୀ କୋର୍ଟ ଭିତରେ ଆଜି ସକାଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସି ନାହିଁ। ପିଟିଆଇ ରିପୋର୍ଟ ଅନୁଯାୟୀ କୋର୍ଟରେ ଏକ ଲାପଟପ୍ ବଷ୍ଟ ହୋଇଥିବା କୁହାଯାଉଛି। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ବିସ୍ପୋରଣ ଯୋଗୁ କୋର୍ଟ ପ୍ରସିଡିଂକୁ ବାତିଲ କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ବିଭାଗ ପକ୍ଷରୁ ୭ ଜଣ ଇଞ୍ଜିନିୟରଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ପୋଲିସ ସୂଚନା ଅନୁଯାୟୀ, କୋର୍ଟରେ ଥିବା କୌଣସି ଏକ ଲାପଟପ୍ ଅଚାନକ ବଷ୍ଟ ହୋଇଥିବା ସୂଚନା ମିଳୁଛି। ତଥାପି ଘଟଣାର ତଦନ୍ତ କରାଯାଉଛି ବୋଲି ସ୍ଥାନୀୟ ପୁଲିସ କହିଛି।






More Stories
ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍. ଚନ୍ଦ୍ରଶେଖରନ୍ଙ୍କ ଇସ୍ତଫା…..
ଏଫସିଆରଏ ବିଲକୁ ଜେପିିସିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିଲା କେନ୍ଦ୍ର…..
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….