ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରାୟ ଏକ ବର୍ଷରୁ ଅଧିକ ଦିନଧରି ଚାଲିଥିବା କୃଷକ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ଆସନ୍ତା ୧୧ରୁ ଘରକୁ ଫେରିବେ ଆନ୍ଦୋଳନରତ କୃଷକ ମାନେ । ବହୁ ଆଲୋଚନା-ପର୍ଯ୍ୟାଲୋଚନା ଓ ବିଚାର ବିମର୍ଶ ପରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଚାଷୀ ସଙ୍ଗଠନ ସହମତ ହୋଇଥିବା ସୂଚନା ମିଳୁଛି । ପ୍ରେସମିଟରେ ଏହି ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଜାନୁଆରୀ ୧୫ ତାରିଖରେ ଔପଚାରିକ ଏକ ସମୀକ୍ଷା ବୈଠକ ବସିବ । ବର୍ଷେ ପାଖାପାଖି ସଂଘର୍ଷ ପରେ ବଡ଼ ବିଜୟ ନେଇ ଘରକୁ ଫେରୁଛୁ, ଯଦି ପ୍ରତିଶ୍ରୃତି ପୂରଣ ନହୁଏ ପୁଣି ଆନ୍ଦୋଳନରେ ବସିବୁ ବୋଲି କହିଛନ୍ତି କୃଷକ ନେତା । ସୂଚନାଯୋଗ୍ୟ, ପ୍ରାୟ ଏକ ବର୍ଷ ଧରି ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବସିରହିଥିଲେ ଚାଷୀ ।ଖରା ବର୍ଷା-ଶୀତ ସହ୍ୟ ନକରିପାରି ଅନେକ କୃଷକଙ୍କର ପ୍ରାଣ ଯାଇଛି | ଶେଷରେ କେନ୍ଦ୍ର ସରକାର ଏହି କୃଷି ଆଇନକୁ ପ୍ରତ୍ୟାହୃତ କରିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହୃତ ହେବାପରେ ହଟିଛି କୃଷକ ଆନ୍ଦୋଳନ ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……