ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସିଡ୍ୟୁଲ୍ଡ ବ୍ୟାଙ୍କର ମାନ୍ୟତା ପ୍ରଦାନ କରିଛନ୍ତି। ଏହା ଦ୍ବାରା ପେଟିଏମ୍ ଏହାର ଆର୍ଥିକ ସେବାକୁ ଆହୁରି ବିସ୍ତାର କରିପାରିବ। ସିଡ୍ୟୁଲ୍ଡ ପେମେଣ୍ଟ୍ ବ୍ୟାଙ୍କ ଭାବେ ପେଟିଏମ୍ ସରକାରୀ ଓ କଂପାନିଗୁଡ଼ିକର କାରବାରରେ ଭାଗ ନେଇପାରିବ। ବହୁ ପ୍ରକାର ବ୍ୟବସ୍ଥାରେ ଏହା ଅଂଶଗ୍ରହଣ କରିପାରିବ। ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଭିଯାନରେ ଏହା ଏକ ଅଂଶ ହୋଇପାରିବ। ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କରେ ଏହାର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ୫୧% ଅଂଶଧନ ଥିବା ବେଳେ ବଳକା ଅଂଶଧନ ତାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ସଂସ୍ଥା ୱାନ୍୯୭ କମ୍ୟୁନିକେସନ୍ସ ଲିମିଟେଡ୍ ପାଖରେ ରହିଛି। ପେଟିଏମ୍ ପେମେଣ୍ଟ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ କିମ୍ବା ଋଣ ଜାରି କରିପାରିବ ନାହିଁ। ବ୍ୟାଙ୍କରେ ୬.୪ କୋଟି ସଞ୍ଚୟ ଖାତା ଖୋଲାଯାଇଥିବା ବେଳେ ସେଥିରେ ୫୨୦୦ କୋଟି ଟଙ୍କାର ଜମା ରହିଛି।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ପୁଣି ବଢ଼ିଲା ସୁନା ଦର…..