ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ନ୍ତିମ ସଂସ୍କାର କରାଯିବ। ଏହି ଅବସରରେ ଦିଲ୍ଲୀ ସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ଶୁଭେଚ୍ଛୁମାନେ ତାଙ୍କର ଶେଷ ଦର୍ଶନ କରିପାରିବେ । ଅପରାହ୍ଣ ୨ଟାରୁ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ଣ ୪ଟା ସୁଦ୍ଧା ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳୁଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ୟ ସହିଦ ଯବାନଙ୍କର ମଧ୍ୟ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସିଡିଏସଙ୍କୁ ବର୍ତ୍ତମାନ ଜୀବନ ରକ୍ଷକ ପ୍ରଣାଳୀ ରେ ରଖାଯାଇଛି । ଏହି ଅବସରରେ ସୈନ୍ୟ ଅଧିକାରୀ, କର୍ମଚାରୀ, ଶୁଭେଚ୍ଛୁମାନେ ତାଙ୍କର ଅନ୍ତିମ ଦର୍ଶନ କରିପାରିବେ । ଶେଷ ଦର୍ଶନ ପାଇଁ ବିପିନ ରାୱତଙ୍କ ସରକାରୀ ବାସଭବନରେ ମନ୍ତ୍ରୀ, ନେତା -ରାଜନେତାଙ୍କ ସମେତ ସାଧାରଣ ଲୋକଙ୍କ ଭିଡ ଜମିଛି |
ସୂଚନା ଅନୁସାରେ-ଗତକାଲି ସମସ୍ତ ମୃତକଙ୍କ ମରଶରୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲା । ଏହାପରେ ରାତି ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ତିନି ସେନା ମୁଖ୍ୟମାନେ ଉପସ୍ଥିତ ରହିଥିଲେ । ଗତ ୮ ତାରିଖ ଦିନ ତାମିଲନାଡ଼ୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫରେ ସିଡିଏସ, ତାଙ୍କ ଧର୍ମପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ ଜଣ ସେନାର ଷ୍ଟାଫଙ୍କ ମୃତ୍ୟୁ ଘଟିଥିଲା ।
More Stories
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….