Report Card Odisha

| Daily Odia News

ସିଡିଏସ୍ ରାୱତ-ପତ୍ନୀ ମଧୁଲିକାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ୨ ଝିଅଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ଜଣଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଜି ସିଡିଏସ୍ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ଜଣଙ୍କୁ ଅନ୍ତିମ ବିଦାୟ ଦିଆଯିବ। ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ଶୁକ୍ରବାର ବେସ ହସ୍ପିଟାଲରୁ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଛି। ଏଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାଧାରଣ ଲୋକମାନେ ମଧ୍ୟ ସକାଳ ୧୧ ଟାରୁ ୧୨.୩୦ ପର୍ୟ୍ୟନ୍ତ ରାୱତ ଦମ୍ପତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ଅପରାହ୍ନ ୧୨:୩୦ ରୁ ୦୧:୩୦ ମଧ୍ୟରେ ସୈନ୍ୟ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅପରାହ୍ନ ୨ ଟାରେ ତାଙ୍କ ପାର୍ଥିବ ଶରୀରକୁ ଶେଷକୃତ୍ୟ ସମ୍ପନ୍ନ ପାଇଁ ଦିଲ୍ଲୀ କ୍ୟାଣ୍ଟ ବରାର୍‍ ଚୌକ ନିଆଯିବ । ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କୁ ତାଙ୍କ ୨ ଝିଅ କ୍ରିତ୍ତିକା ଓ ତାରିଣୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଡିଏସ୍ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, କଂଗ୍ରେସ ନେତା ହରିଶ ସିଂ ରାୱତ ମଧ୍ୟ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଭିନ୍ନ ଧର୍ମର ନେତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଡିଏସ୍ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାରଗେ , ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ.କେ ଆନଟୋନୀ ସିଡିଏସ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡିଏମକେ ନେତା ଏ ରାଜା ଓ କାନି ମୋଝି ସିଡିଏସ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜେପିର ରାଷ୍ଟ୍ରୀୟ ସଭାପତି ଜେପୀ ନଡ୍ଡା ,କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସିଡିଏସ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ୍‍ ଡୋଭଲ ସିଡିଏସ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Breaking News