Report Card Odisha

| Daily Odia News

୩ ଦିନ ହେବ ନିଖୋଜ ଥିଲେ ସରପଞ୍ଚ, ମିଳିଲା ମୃତ ଦେହ…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ତିନି ଦିନ ହେବ ନିଖୋଜ ଥିଲେ ସରପଞ୍ଚ। ଆଜି ଜଙ୍ଗଲରୁ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାଦୁଆ ପଞ୍ଚାୟତରେ | ମୃତ ବ୍ୟକ୍ତି ଜଣଙ୍କ ହେଲେ ବିବେକାନନ୍ଦ ମହାକୁଡ଼। ସେ କାଦୁଆ ପଞ୍ଚାୟତର ସରପଞ୍ଚ ଥିଲେ । ବିବେକାନନ୍ଦଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଥିଲା। ସୂଚନା ଅନୁସାରେ, ଗତ ୭ ତାରିଖ ଦିନ ପ୍ରାୟ୧୧ଟା ସମୟରେ ବିବେକାନନ୍ଦ ଘରୁ ବାଇକ୍ ଯୋଗେ କାମାକ୍ଷାନଗର ବଜାରକୁ ଆସିଥିଲେ। ତା’ପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଏନେଇ ପରିବାର ଲୋକେ ଗତକାଲି କାମାକ୍ଷାନଗର ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ ମହୁଲପାଳ ନାମଯୋଡ଼ି ଜଙ୍ଗଲରେ ବିବେକାନନ୍ଦଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ବିବେକାନନ୍ଦଙ୍କର କିଛି ଦିନ ତଳେ ଠିକାଦାରୀକୁ ନେଇ ଝଗଡ଼ା ହୋଇଥିଲା। ଏହି କାରଣରୁ ତାଙ୍କ ହତ୍ୟା କରାଯାଇ ଥାଇପାରେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

 

Breaking News