Report Card Odisha

| Daily Odia News

ବିଦେଶକୁ ବିମାନ ସେବା ବନ୍ଦ କଲେ କେନ୍ଦ୍ର ସରକାର…..

OLYMPUS DIGITAL CAMERA

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବନିର୍ଦ୍ଧାରିତ ଅନୁସାରେ ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଛି | କରୋନାର ଓମିକ୍ରନ ଭାରିଏଣ୍ଟ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ତେଣୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ । ତେବେ ବାୟୋବବଲ୍ସ ଚୁକ୍ତି ଅନୁସାରେ ବର୍ତ୍ତମାନ ଯେଉଁଭଳି ବିଦେଶକୁ ବିମାନ ଉଡ଼ାଣ କରୁଛି ଓ ସେଠାରୁ ଆସୁଛି, ତାହା ଜାରି ରହିବ । ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଉପରେ ଲାଗୁ ହେଉଥିବା କଟକଣା ସମ୍ପର୍କରେ ଡିଜିସିଏ କହିଛନ୍ତି ଯେ କାର୍ଗୋ ଓ ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଉପରେ ଏହି କଟକଣା ଲାଗୁ ହେବନାହିଁ । ସେହିପରି ସ୍ଥିତିକୁ ସମୀକ୍ଷା କରି କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବ ବୋଲି ଡିଜିସିଏ କହିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ତେବେ ଚଳିତ ବର୍ଷ ନଭେମ୍ବର ୨୬ରେ କେନ୍ଦ୍ର ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ଓମିକ୍ରନ ଭାରିଏଣ୍ଟ ପାଇଁ ପୁଣି ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ାଣ ଉପରେ କଟକଣା ଲାଗୁକରିଛନ୍ତି |

Breaking News