ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଚଭୂତରେ ବିଲୀନ ହେଲା ସିଡିଏସ୍ ବିପିନ ରାୱତ- ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର | ବୈଦିକ ମନ୍ତ୍ରପାଠ ଓ ତୋପ ସଲାମୀ ମଧ୍ୟରେ ତାଙ୍କ ଝିଅ ମୁଖାଗ୍ନି ଦେଇଛନ୍ତି । ଦିଲ୍ଲୀର ବରାର୍ ସ୍କ୍ବେୟାରରେ ଥିବା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହା ପୂର୍ବରୁ ରାଜନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭନ୍ନ ଦେଶର ପ୍ରତିନିଧି, ସାମରିକ ଅଧିକାରୀମାନେ ତାଙ୍କୁ ସେହ ଦର୍ଶନ କରି ଶ୍ରଦ୍ଧାଞ୍ଚଳି ଜଣାଇଥିଲେ । ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନଏସଏ ଅଜିତ ଡୋଭାଲ ପ୍ରମୁଖ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଜେନେରାଲ ରାଓ୍ବତଙ୍କ ପାର୍ଥିବ ଶରୀରକୁ କ୍ୟାଣ୍ଟନମେଣ୍ଟରୁ ବରାର ସ୍କ୍ବେୟାର ନେବାବେଳେ ରାସ୍ତାର ଦୁଇପାଖରେ ପ୍ରବଳ ଜନସମାଗମ ହୋଇଥିଲା । ସାଧାରଣ ଲୋକେ ବହୁ ସଂଖ୍ୟାରେ ଜମା ହୋଇ ନିଜର ପ୍ରିୟ ସେନାପତିଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..