Report Card Odisha

| Daily Odia News

ନୂଆ ବର୍ଷରେ ହୋଟେଲରେ ହେବନି ସେଲିବ୍ରେସନ,ଜଗା ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

୨୦୨୨ ନୂତନ ବର୍ଷର ପ୍ରଥମ ଦିନକୁ ସ୍ବାଗତ କରିବା ପାଇଁ ହୋଟେଲ ମାନଙ୍କରେ ହେବନି ନାଚଗୀତ । ଏଥର ପୁରୀରେ ଫିକା ପଡିବ ଯାଉଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ଓ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମିବନି ବିଶେଷ ଭିଡ । ହୋଟେଲମାନଙ୍କରେ ହେବନି ଥାର୍ଟି ଫାର୍ଷ୍ଟ ସେଲିବ୍ରେସନ । ସେହିପରି ଡିସେମ୍ବର ୩୧ ଓ ଜାନୁଆରୀ ୨୦୨୨ ବର୍ଷ ଆରମ୍ଭର ପ୍ରଥମ ଦିନରେ ମହାପ୍ରଭୁ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ଭକ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନର‌ ଏଭଳି ପଦକ୍ଷେପକୁ ହୋଟେଲିୟର୍ସ, ସେବାୟତ ଓ ଭକ୍ତ ସ୍ବାଗତ କରିଛନ୍ତି । ସେପଟେ ବର୍ଷ ଆରମ୍ଭରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ।

 

Breaking News