ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଳଦ୍ୱାରରୁ ବାହାରିଲା ଖଣ୍ଡ ଖଣ୍ଡ ସୁନା ବାହାରିବା ଦେଲ୍ହୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | ଆପଣଙ୍କୁ କଥା ଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଛିନ | ହଁ ଆଜ୍ଞା କଥାଟି ଏକ ଦମ ସତ | କଷ୍ଟମ୍ ବିଭାଗର ଆଖି ଆଗରୁ ବଞ୍ଚିବା ପାଇଁ ତସ୍କର ମାନେ ଅନେକ ନୂଆ ଉପାୟ ଆପଣାଇଥାନ୍ତି । ହେଲେ ହାଇଦ୍ରାବାଦ୍ ଏୟାରପୋର୍ଟରେ ତସ୍କର ମାନେ ଏପରି ଏକ ପନ୍ଥାରେ ସୁନାର ତସ୍କରୀ କରୁଥିଲେ, ଯାହା ଶୁଣିଲେ ଅପାଙ୍କ ଆଶ୍ଚର୍ଯ୍ୟ ଲାଗିବ । ହାଇଦ୍ରାବାଦ୍ ଏୟାରପୋର୍ଟରେ ୪ଜଣ ତସ୍କର ନିଜ ନିଜର ମଳଦ୍ୱାରରେ ସୁନା ଲୁଚାଇ ନେଉଥିଲେ । ସେମାନଙ୍କ ଠାରୁ ୭.୩ କିଲୋର ସୁନା ଜବତ କରାଯାଇଛି । ଏହାର ଆନୁମାନିକ ମୁଲ୍ୟ ପ୍ରାୟ ୩.୬ କୋଟି ଟଙ୍କା ହେବ । ଏସବୁକୁ ୪ ଜଣ ତସ୍କର ମଳଦ୍ୱାରରେ ରଖି ନେଉଥିଲେ । ସୂଚନା ଅନୁସାରେ, ୪ ଜଣ ସୁଡାନୀ ନାଗରିକ ଦୁବାଇ-ହାଇଦ୍ରାବାଦ୍ ଏୟାର ଇଣ୍ଡିଆ ଫ୍ଲାଇଟ୍ ରେ ଏଠାରେ ପହଞ୍ଚିଥିଲେ । ଏଥିରେ ଦୁଇଜଣ ପୁରୁଷ ଓ ଦୁଇ ଜଣ ମହିଳା ସାମିଲ ରହିଛନ୍ତି । ସନ୍ଦେହ ହେବାରୁ କଷ୍ଟମ୍ ବିଭାଗ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ । ଅଧିକାରୀ ମାନେ ଯେତେବେଳେ ଏହା ଜାଣିବାକୁ ପାଇଥିଲେ ସେମାନଙ୍କ ହୋସ୍ ଉଡ଼ିଯାଇଥିଲା । ଏହି ମାମଲାର ଯାଞ୍ଚ ବର୍ତ୍ତମାନ ଜାରି ରହିଛି । ତେବେ ଏହି ଖବର କିଛି ନୂଆ ନୁହେଁ ଏହା ପୂର୍ବରୁ ମଧ୍ୟ ତସ୍କର ମାନେ ଅଜବ ରାସ୍ତା ଆପଣାଇଥିଲେ । ଚଳିତ ବର୍ଷ ଜୁଲାଇରେ ଚେନ୍ନାଇ ଏୟାରପୋର୍ଟରେ ଏକ ତସ୍କରକୁ ଧରାଯାଇଥିଲା । ଯିଏକି ପ୍ରାୟ ୮୧୦ ଗ୍ରାମ ସୁନା ମଳାଶୟରେ ଲୁଚାଇ ନେଉଥିଲା ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..