Report Card Odisha

| Daily Odia News

ଖୁସି ମନରେ କୃଷକମାନେ ଘରକୁ ବାହୁଡ଼ିବା ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ୧୫ ମାସ ଧରି ଆନ୍ଦୋଳନ ଚଳାଇଥିବା କୃଷକମାନେ ଶନିବାର ଘରକୁ ହୁଡ଼ାବା ଆରମ୍ଭ କରିଛନ୍ତି। ସମୂହ ପ୍ରାର୍ଥନା, ଲଙ୍ଗର, ଭାଙ୍ଗଡ଼ା ନୃତ୍ୟ ମାଧ୍ୟମରେ ଘରକୁ ଫେରୁଥିବା ସୂଚନା ମିଳିଛି | ପୂର୍ବ ଘୋଷଣା ଅନୁସାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟତ ଗାଜିପୁର ସୀମାନ୍ତରେ ପତାକା ହଲାଇ ପ୍ରଥମ ଦଫା ପ୍ରତ୍ୟାବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଥିଲେ। ପରେ ଦଳ ଦଳ ହୋଇ କୃଷକମାନେ ଦିଲ୍ଲୀ ନିକଟ ସିଂଘୁ, ଟିକ୍ରି ଓ ଗାଜିପୁରରୁ ସେମାନେ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ଅନ୍ତର୍ଗତ ନିଜସ୍ବ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୁସଜ୍ଜିତ ଗାଡ଼ିରେ ଗଲାବେଳେ ସେମାନେ ବିଜୟ ସଙ୍ଗୀତ ଗାନ କରୁଥିବା ଶୁଣାଯାଇଛି। ପୋଲିସ  କର୍ମଚାରୀମାନେ ସମ୍ପୃକ୍ତ ସ୍ଥାନରୁ ବାରିକେଡ୍ ହଟାଇବା ଆରମ୍ଭ କରିଛନ୍ତି।  ଡିସେମ୍ବର ୧୫ ତାରିଖ ସୁଦ୍ଧା ସବୁ କୃଷକ ଆନ୍ଦୋଳନ ସ୍ଥଳ ଛାଡ଼ିଥିବେ ବୋଲି ଆଶା ରଖାଯାଇଛି।

Breaking News