ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ। ଏହି ଅବସରରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏହାସହ ବିଭିନ୍ନ ଉନ୍ନୟନମୂଳକ କାମର ଉଦଘାଟନ ସହ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଗଂଜାମ ଗସ୍ତ ଅବସରରେ ତାରାତାରିଣୀ ପୀଠକୁ ଆସି ମାଆଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ପରେ ପରେ ସମବେତ ଜନତାଙ୍କୁ ଉଦବୋଧନ ନବୀନ । ତାରାତାରିଣୀ ପୀଠରୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଜୁ ପଟ୍ଟାନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ୧୦୦ କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ୍ ଲିଙ୍କେଜକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବଣ୍ଟନ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସଭାସ୍ଥଳକୁ ଜିଲ୍ଲାପାଳ, ଏସପି, ଦକ୍ଷିଣାଞ୍ଚଳ ଡି ଆଇ ଜିଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଗସ୍ତ କରି ତନ ତନ କରି ଯାଞ୍ଚ କରିଛନ୍ତି । ସୁରକ୍ଷା ଦୃଷ୍ଟି କୋଣରୁ ବ୍ୟାପକ ପୋଲିସ୍ ମଧ୍ୟ ମୁତୟନ ହେବେ ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..