Report Card Odisha

| Daily Odia News

ସଫଳ ହେଲା ପିନାକ-ଇଆର ରକେଟର ପରୀକ୍ଷଣ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନର ପୋଖରାଣଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ବିକଶିତ ପିନାକ ରକେଟର ସଫଳ ପରୀକ୍ଷଣ କରାଯାଇଛି। ଗତ ତିନି ଦିନ ଧରି କ୍ରମାଗତ ଭାବେ ଏହି ପରୀକ୍ଷଣ ଚାଲିଥିଲା। ସ୍ବତନ୍ତ୍ର ଲଞ୍ଚର ବ୍ୟବସ୍ଥାରେ ଡିଆରଡିଓ ଏବଂ ସ୍ଥଳ ସେନା ପକ୍ଷରୁ ଏହାର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । ଏଥିରେ ମୋଟ ୨୪ଟି ରକେଟ ଉତକ୍ଷେପଣ ହୋଇଥିବା ବେଳେ ସବୁଗୁଡ଼ିକ ଲକ୍ଷ୍ୟସ୍ଥଳ ଭେଦ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପିନାକର ପରିବର୍ଦ୍ଧିତ ଆଧୁନିକ ପର୍ଯ୍ୟାୟ ୭୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବ। ପୂର୍ବରୁ ଏହା ୪୫ କିଲୋମିଟର ଥିଲା। ଏବେ ଏହା ପୂର୍ବାପେକ୍ଷା ବେଶ୍ ହାଲୁକା ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ଶକ୍ତିଶାଳୀ। ମାତ୍ର ୪୪ ସେକେଣ୍ଡରେ ଏହା ୭୨ଟି ରକେଟ୍ ଉତକ୍ଷେପଣ କରିପାରିବ। ଯେ କୌଣସି ପ୍ରତିକୂଳ ପାଗରେ ମଧ୍ୟ ଏହା କାର୍ଯ୍ୟ କରିବ। ସମ୍ପ୍ରତି ପିନାକ ଚୀନ୍ ସୀମାରେ ମୁତୟନ ରହିଛି।

Breaking News