ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଆନ୍ଧ୍ର ପ୍ରଦେଶରେ ରାଜ୍ୟର ପ୍ରଥମ ‘ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆୟର୍ଲାଣ୍ଡ୍ରୁ ଫେରିଥିବା ଜଣେ ୩୪ ବର୍ଷିୟ ବ୍ୟକ୍ତିଙ୍କ ନମୁନାରେ ଓମିକ୍ରନ୍ ଭେରିଏଣ୍ଟ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ଶରୀରରେ କୌଣସି ଲକ୍ଷଣ ଦେଖା ଯାଇ ନ ଥିଲା ଏବଂ ଶନିବାର ଦିନ କରୋନାଭାଇରସ୍ ‘ଆର୍ଟି-ପିସିଆର୍’ ଟେଷ୍ଟ୍ରେ ‘ନେଗେଟିଭ୍’ ଆସିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ବିଦେଶରୁ ଆନ୍ଧ୍ର ପ୍ରଦେଶକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୫ଟିଯାକ ନମୁନା ‘ଗୁଣସୂତ୍ର-କ୍ରମ’ ନିର୍ଦ୍ଧାରଣ ପାଇଁ ପଠାଯାଇଛି। ସେଥିରୁ ଆସିଥିବା ୧୦ଟି ନମୁନାରୁ ମାତ୍ର ଗୋଟିଏରେ ‘ଓମିକ୍ରନ୍ ଭେରିଏଣ୍ଟ୍’ ଚିହ୍ନଟ ହୋଇଛି। ଆନ୍ଧ୍ର ପ୍ରଦେଶର ପ୍ରଥମ ‘ଓମିକ୍ରନ୍’ ମାମଲାର ଉକ୍ତ ୩୪ ବର୍ଷିୟ ବ୍ୟକ୍ତିଜଣକ ଆୟର୍ଲାଣ୍ଡ୍ରୁ ସିଧା ବିଶାଖାପାଟଣା ଆସି ନ ଥିଲେ। ପ୍ରଥମେ ସେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଠାରେ ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ସେ ନେଗେଟିଭ୍ ବୋଲି ଜଣାପଡ଼ିଥିଲା। ତେଣୁ, ନଭେମ୍ବର ୨୭ ତାରିଖ ଦିନ ତାଙ୍କୁ ବିଶାଖାପାଟଣା ଯିବାକୁ ଅନୁମତି ମିଳିଥିଲା।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……