Report Card Odisha

| Daily Odia News

ଭୁଶୁଡ଼ି ଯାଇଛି ଆଫଗାନିସ୍ତାନ ଅର୍ଥନୀତି…..

Huma Ramanullah sits outside begging in Kabul on Sept. 21. With an injured son who previously provided for her, she said she is now desperate. Stefanie Glinski for Foreign Policy

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନମାନେ ୨୦୨୧ ଅଗଷ୍ଟ ମାସରେ କାବୁଲ ଦଖଲ କରିନେବା ପରେ ଚାକିରୀ ହରାଇଛନ୍ତି ଅନେକ ମହିଳା | ହାଦିୟା ଅହମଦୀ ନାମ୍ନୀ ଜଣେ ୪୩ ବର୍ଷୀୟା ଶିକ୍ଷୟିତ୍ରୀ ଅର୍ଥ ରୋଜଗାର କରିବା ପାଇଁ ଶୀତରେ ରାସ୍ତାକଡ଼ରେ ବସି ଜୋତା ପଲିସ୍ କରୁଛନ୍ତି। ତାଲିବାନମାନେ ଆଫଗାନିସ୍ତାନର ଶାସନ ଭାର ଗ୍ରହଣ କରିବା ପରେ ବିଦେଶୀ ସହାୟତା ବନ୍ଦ ହୋଇଯିଛି | ଫଳରେ ଦେଶର ଅର୍ଥନୀତି ଭୁଶୁଡ଼ିପଡ଼ିଛି। ଏହାଦ୍ବାରା ଦେଶରେ ଲକ୍ଷ ଲକ୍ଷ ଲୋକ ଭୋକିଲା ଓ ଦାରିଦ୍ର୍ୟରକୁ ଚାଲି ଯାଇଛନ୍ତି | ସ୍ବଚ୍ଛଳ ଓ ମଧ୍ୟବିତ୍ତ ପରିବାରଗୁଡ଼ିକୁ ମଧ୍ୟ ଦୁର୍ଭାଗ୍ୟର ସାମନା କରିବାକୁ ପଡ଼ୁଛି ।

ଅହମଦୀ କହିଛନ୍ତି ଯେ ହଠାତ୍ ଶିକ୍ଷକ ଚାକିରି ଚାଲିଗଲା ପରେ କିଛିଦିନ କଷ୍ଟେମଷ୍ଟେ ଚଳିଗଲେ। ତା’ପରେ ଯେତେବେଳେ ଦେଖିଲେ ଯେ ପରିବାର ଭୋକରେ ରହୁଛନ୍ତି, ସେତେବେଳେ ସେ ବାଧ୍ୟହୋଇ ରାସ୍ତାକଡ଼ରେ ବସି ଜୋତା ପଲିସ୍ ପରି ବୃତ୍ତିକୁ ଗ୍ରହଣ କରିନେଇଛନ୍ତି। ତଥାପି ଏଥିରେ ପରିବାରର ଗୋଟାଏ ବେଳା ବି ପେଟ ପୂରିବା ସମ୍ଭବ ହେଉନି। ଅହମଦୀଙ୍କ ମତରେ ତାଙ୍କ ଦେଶର ଅର୍ଥନୀତି ଦୀର୍ଘ ବର୍ଷ ଧରି ମୁଖ୍ୟତଃ ବିଦେଶୀ ଦାନ ଉପରେ ନିର୍ଭରଶୀଳ ଥିଲା। କାବୁଲର ଧନୀ ଓ ଗରିବଙ୍କ ଭିତରେ ବ୍ୟବଧାନ ବହୁତ ବେଶି ଥିଲା। ଅଳ୍ପ ଲୋକ ଧନୀ ଥିବା ବେଳେ ଅଧିକାଂଶ ଲୋକ ଗରିବ ଓ ନିର୍ଭରଶୀଳ ଥିଲେ। ସେ ୧୦ ବର୍ଷ କାଳ ଶିକ୍ଷକତା କରୁଥିବା ବେଳେ ତାଙ୍କ ସ୍ବାମୀ ଏକ ଘରୋଇ କମ୍ପାନିରେ ରୋଷେଇଆ କାମ କରୁଥିଲେ। ତାଙ୍କ ଝିଅ ଏକ ସରକାରୀ ସଂସ୍ଥାରେ କିରାଣି ଚାକିରି ଖଣ୍ଡେ ପାଇଥିଲା। ଏଣୁ ତାଙ୍କ ପରିବାର ବେଶ୍ ସ୍ବଚ୍ଛନ୍ଦରେ ଚଳିଯାଉଥିଲା। କିଛି ଅଭାବ ନ ଥିଲା। କିନ୍ତୁ କେଇ ସପ୍ତାହ ଭିତରେ ସବୁକିଛି ଓଲଟପାଲଟ ହୋଇଗଲା।

Breaking News