ରିପୋର୍ଟ କାର୍ଡ / ଲକ୍ଷ୍ନୌ
ଉତ୍ତରପ୍ରଦେଶର ବିଧାନସଭା ସଦସ୍ୟ ଇନ୍ଦ୍ର ପ୍ରତାପ ତିୱାରୀଙ୍କୁ ଏକ ୨୮ ବର୍ଷ ପୁରୁଣା ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ଏଥିସହିତ ତାଙ୍କୁ ୮ ହଜାର ଟଙ୍କାର ଜରିମାନା ହୋଇଛି । ପୁନଶ୍ଚ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ରାୟ ଆଧାରରେ ତାଙ୍କ ସଦସ୍ୟ ପଦ ରଦ୍ଧ କରାଯାଇଛି । ଇନ୍ଦ୍ର ପ୍ରତାପ ସମ୍ପ୍ରତି ଅଯୋଧ୍ୟା ଅନ୍ତର୍ଗତ ଗୋସାଇଗଞ୍ଜ ଆସନରୁ ବିଧାୟକ ଅଛନ୍ତି । ସେ ନକଲି ମାର୍କସିଟ୍ ଦେଇଥିଲେ ଯାହାକି ନିମ୍ନ ଶ୍ରେଣୀର ନମ୍ବର ତାଲିକା ଜାଲ ବୋଲି ଜଣାପଡିଛି | ୧୯୯୨ ରେ ସ୍ଥାନୀୟ ସାକେତ ସ୍ନାତକ ମହାବିଦ୍ୟାଳୟରେ ନାମ ଲେଖାଇଥିବା ନେଇ ଅଧ୍ୟକ୍ଷ ଅଭିଯୋଗ କରିଥିଲେ, ଯାହା କି ଅଦାଲତରେ ପ୍ରମାଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ତାଙ୍କ ସଦସ୍ୟ ପଦ ରଦ୍ଧ ହୋଇଥିବା ବିଧାନସଭା ସଚିବାଳୟ ସୂତ୍ରରୁ ପ୍ରକାଶ ପାଇଛି |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….