ରିପୋର୍ଟ କାର୍ଡ / ଚଣ୍ଡୀଗଡ଼
ଆସନ୍ତା ବର୍ଷରୁ ହରିୟାଣାର ସମସ୍ତ ସ୍କୁଲରେ ଭଗବତ ଗୀତାର ଶ୍ଳୋକ ପାଠ କରିବା ଶିକ୍ଷା ଦିଆଯିବ । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଅନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବରେ ଏହା କହିଛନ୍ତି । ଏହା ପଞ୍ଚମ ଓ ସପ୍ତମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ବି ସ୍ପଷ୍ଟ କରିଛନ୍ତି । ଏହି ଗୀତା ମହୋତ୍ସବ କାର୍ଯ୍ୟକ୍ରମରେ ଲୋକ ସଭା ସ୍ପିକର ଓମ ବିର୍ଲା ବି ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଥିଲେ ଯୁବବର୍ଗ ଗୀତାର ସାରକୁ ନିଜ ଜୀବନରେ ଆପଣେଇବା ଦରକାର । ଗୀତାରେ ସମସ୍ତଙ୍କ ପାଇଁ ବାର୍ତ୍ତା ରହିଛି । ଏହାସହ ମୁଖ୍ୟମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବକୁ ଆହୁରି ଆଗକୁ ନେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଜ୍ୟୋତିସାରରେ ‘ଗୀତାସ୍ଥଳୀ’ରେ ୨ ଏକର ଜମି ଉପରେ ୨୦୫ କୋଟି ଟଙ୍ଖା ବ୍ୟୟରେ ମହାଭାରତ ଥିମକୁ ନେଇ ଏକ ମ୍ୟୁଜିୟମ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଆସନ୍ତା ବର୍ଷରୁ ରାମଲୀଳା ଭଳି ଅନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବ ସମୟରେ କୃଷ୍ଣ ଉତ୍ସବର ବି ଆୟୋଜନ କରିବେ ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….