Report Card Odisha

| Daily Odia News

ପାଇଖାନା ରେ ବସି ମୋବାଇଲ ଚଳାଉଛନ୍ତି କି ହୋଇଯାନ୍ତୁ ସାବଧାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିକାଲି ଲୋକଙ୍କ ଜୀବନରେ ମୋବାଇଲ ଫୋନ୍ ଛଡା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନାହିଁ । ଗୋଟିଏ ମିନଟ୍ ପାଇଁ ନିଜ ମୋବାଇଲଠାରୁ ଦୂରରେ ରହିପାରନ୍ତି ନାହିଁ । କିଛି ଲୋକେ ଟଏଲଟକୁ ନିଜ ସାଥିରେ ମୋବାଇଲ ନେଇ ଯାଆନ୍ତି ଓ ଏହି ଅଭ୍ୟାସ ବହୁତ ଖରାପ । ଯଦି ଆପଣ ବି ଟଏଲେଟକୁ ନିଜ ସାଥିରେ ମୋବାଇଲ ନେଇ ଯାଉଛନ୍ତି, ତେବେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । ଆପଣଙ୍କର ସମ୍ପୂର୍ଣ୍ଣ ପରିବାର ଏହି ବିପଜ୍ଜନକ ବ୍ୟାକ୍ଟେରିଆର କବଜାକୁ ଆସିପାରନ୍ତି । ଟଏଲଟରେ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ପାଇଲସ୍ ସମସ୍ୟା ହୋଇପାରେ । ଏବେ ବୟସ୍କମାନଙ୍କ ସହିତ ଯୁବପିଢ଼ିମାନଙ୍କଠାରେ ପାଇଲସ୍ ଅତି ସାଧାରଣ ହୋଇଛି । ଆପଣ ଟଏଲଟକୁ ସାଥିରେ ମୋବାଇଲ ନେଇ ଯିବା ଫଳରେ ଘଣ୍ଟା ଘଣ୍ଟା ଧରି କମୋଡ ବସନ୍ତି । ଆପଣଙ୍କୁ ସମୟର ଧ୍ୟାନ ରହିନଥାଏ, କାରଣ ଆପଣ ମୋବାଇଲ ଚଳାଇବାରେ ବ୍ୟସ୍ତ ରହିଥାନ୍ତି । କିଛି ଲୋକେ ଟଏଲଟରେ କମୋଡ ଉପରେ ବସି ମୋବାଇଲରେ ନ୍ୟୁଜ୍ ପଢ଼ିଥାନ୍ତି । ଏହା ସହ ସୋସିଆଲ ମିଡିଆ ଚଳାନ୍ତି, ଭିଡିଓ ଦେଖନ୍ତି ଓ ଚାଟିଂ କରନ୍ତି । ଟଏଲଟର କମୋଡ ଉପରେ ଅଧିକ ସମୟ ବସିବା ଫଳରେ ଲୋୱର ରିକ୍ଟମ ଓ ଏନସର ମାଂସପେଶୀ ଉପରେ ଚାପ ପଡ଼ିଥାଏ, ଫଳରେ ପାଇଲସ୍ ହେବାର ବିପଦ ବଢ଼ିଥାଏ । ଏହା ବ୍ୟତୀତ ଟଏଲଟରେ ମୋବାଇଲ୍ ନେବା କାରଣରୁ ଆପଣ ବ୍ୟାକ୍ଟେରିଆର ଶିକାର ହୋଇପାରନ୍ତି । ଟଏଲଟରେ ଥିବା ବ୍ୟାକ୍ଟେରିଆ ଆପଣଙ୍କ ମୋବାଇଲରେ ଲାଗିଥାନ୍ତି । ଯେତେବେଳେ ଆପଣ ଟଏଲଟରୁ ବାହାରକୁ ଆସନ୍ତି, ସେବେ ହାତ ତ ଧୁଅନ୍ତି କିନ୍ତୁ ମୋବାଇଲରେ ବ୍ୟାକ୍ଟେରିଆ ରହିଯାଆନ୍ତି । ଫଳରେ ଏହି ବ୍ୟାକ୍ଟେରିଆ ପୁଣି ମୋବାଇଲରୁ ଆପଣଙ୍କ ହାତରେ ଲାଗିଯାଆନ୍ତି । ଏହି ବ୍ୟାକ୍ଟେରିଆ ଯୋଗୁଁ ଆପଣ ସଂକ୍ରମିତ ହୋଇପାରନ୍ତି ।

Breaking News