ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଜାରିରହିଛି । ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ଜୋରଦାର କରୁଛନ୍ତି । ଘନ ଘନ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ହେଉଛି | ଭୋଟ ବ୍ୟାଙ୍କ ହାତେଇବା ପାଇଁ ବିଭିନ୍ନ ସହାୟକ ଯୋଜନା ଆରମ୍ଭ କାର୍ଯ୍ୟ କରି ହେଉଛି । ରବିବାର ମୋଦୀ ଏବଂ ଯୋଗୀ ରାଜ୍ୟର ମାଗଣା ରାସନ୍ ଯୋଜନା ଅଧୀନରେ ୮୦ ହଜାର ରାସନ ଦୋକାନ ମାଧ୍ୟମରେ ଗରିବମାନଙ୍କୁ ଡାଲି , ଲୁଣ ଏବଂ ତେଲ ପ୍ୟାକେଟ୍ ବାଣ୍ଟିଛନ୍ତି। ୧ କିଲୋ ଲେଖାଏଁ ଏହି ପ୍ୟାକେଟ୍ ଗୁଡ଼ିକରେ ମୋଦୀ ଏବଂ ଯୋଗୀଙ୍କର ଫଟୋ ଅଛି। ପ୍ୟାକେଟ୍ରେ ଲେଖା ଅଛି ‘ସୋଚ୍ ଇମାନଦାର, କାମ୍ ଦମଦାର’। ଉଲ୍ଲେଖଯୋଗ୍ୟ ଯେ ଗତ ୨୦ ଦିନ ତଳେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୪ ମାସ (ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨) ପର୍ଯ୍ୟନ୍ତ ବଢ଼ାଇବା ନେଇ ଘୋଷଣା କରିଥିଲେ। ଗତବର୍ଷ କୋଭିଡ୍ ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସମସ୍ତ ହିତାଧିକାରୀଙ୍କୁ ମାଗଣା ୫ କିଲୋ ଅଧିକ ରାସନ୍ ଦେଉଛି। କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ୟୁପି ସରକାର ପୁଣି ଆଉ ଏକ ପାଦ ଆଗକୁ ଯାଇ କେନ୍ଦ୍ରର ମାଗଣା ରାସନ୍ ଯୋଜନା ଅଧୀନରେ ଥିବା ହିତାଧିକାରୀଙ୍କୁ ଅତିରିକ୍ତ ଡାଲି, ଲୁଣ ଏବଂ ଚଣା ପ୍ୟାକେଟ୍ ଦେଉଛନ୍ତି। ମୋଦୀ ଏବଂ ଯୋଗୀଙ୍କ ଫଟୋ ଥିବା ଏହି ପ୍ୟାକେଟ୍ ଗୁଡ଼ିକ ହିତାଧିକାରୀଙ୍କୁ ଦିଆଯାଉଛି। ଆସନ୍ତା ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୧୫ କୋଟି ହିତାଧିକାରୀ ଏହି ସବୁ ପ୍ୟାକେଟ୍ ପାଇବେ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..