Report Card Odisha

| Daily Odia News

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ମାଡ଼…..

ରିପୋର୍ଟ କାର୍ଡ / କଟକ

ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଚପଲ ମାଡ଼ ହୋଇଛି । ଅବଶ୍ୟ ଚପଲଟି ତାଙ୍କ ଦେହରେ ବାଜି ନଥିଲା। ଏହା ତାଙ୍କ ସୁରକ୍ଷାକର୍ମୀଙ୍କ ଦେହରେ ବାଜିଥିଲା ବୋଲି ସୂଚନା ମିଳିଛି । ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗାର ଏରକଣାରେ। ରବିବାର ଆୟୋଜିତ ଶରତ ଉତ୍ସବ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେ ମଞ୍ଚରେ ବସିଥିବା ବେଳେ ତଳୁ ଭିଡ଼ ଭିତରୁ ଜଣେ ବ୍ୟକ୍ତି ତାଙ୍କୁ ଲକ୍ଷ୍ୟ କରି ଚପଲଟିଏ ଫୋପାଡ଼ି ଥିଲେ। ଏହା ପରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମନ୍ତ୍ରୀଙ୍କୁ ଚପଲ ଫିଙ୍ଗି ଥିବା ବ୍ୟକ୍ତିଙ୍କୁ ପୋଲିସ କିଛି ସମୟ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କାହିଁକି ମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ, ସେ ନେଇ କିଛି ସୂଚନା ମିଳିପାରି ନାହିଁ।

 

 

 

Breaking News