Report Card Odisha

| Daily Odia News

ଶିକ୍ଷାନୁଷ୍ଠାନରେ ବଢୁଛି କରୋନା ସଂକ୍ରମଣ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ସ୍ଥିତି ସୁଧାର ଆସିବପରେ ଶିକ୍ଷାନୁଷ୍ଠାନ ଗୋଡ଼ିକ ଖୋଲିଥିଲା | କିନ୍ତୁ ଏବେ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି | ରାଜ୍ୟରେ ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଉଛନ୍ତି ୪୦ରୁ ଅଧିକ ଛାତ୍ରୀ ପଜିଟିଭ୍ | ଏହା ଭିତରେ ମୟୁରଭଞ୍ଜ କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଏକା ସାଙ୍ଗରେ ୪୦ରୁ ଅଧିକ ଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶହେରୁ ଅଧିକ ବାଳିକା ପଢୁଥିବା ଏହି ବିଦ୍ୟାଳୟରେ ୮୦ରୁ ଉଦ୍ଧ୍ୱର୍ ଛାତ୍ରୀଙ୍କ ଆଂଟିଜେନ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦ରୁ ଅଧିକ ବାଳିକାଙ୍କ କୋଭିଡ୍ ପଜିଟିଭ୍ ଆସିଛି । ଯାହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଏହି ଘଟଣା ଜଣାପଡିବା ପରେ କପ୍ତିପଦାରୁ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନମୁନା ସଂଗ୍ରହ କରୁଛନ୍ତି । ଏଥିସହିତ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି । ଏହାବ୍ୟତୀତ କରୋନା ପଜିଟିଭ୍ ଚିହ୍ନଟ ହୋଇନଥିବା ଛାତ୍ରୀମାନଙ୍କୁ ଅଲଗା ରଖାଯିବାର ବ୍ୟବସ୍ଥା କରାଯାଇଛି ।

Breaking News