ରିପୋର୍ଟ କାର୍ଡ / କଟକ
ଆସନ୍ତାକାଲି ହେବାକୁ ଥିବା ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ କରାଯାଇଛି। ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁରସ୍କାର ଚୟନକୁ ନେଇ ହାଇକୋର୍ଟରେ ପିଟିସନ କରିଥିଲେ ବବି ଇସଲାମ। ଏହି ପିଟିସନ ଆଧାରରେ ହାଇକୋର୍ଟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘୋଷଣା ହୋଇଥିବା ସମସ୍ତ ୨୭ ବିଭାଗର ପୁନଃ ମୂଲ୍ୟାୟନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁନଃ ମୂଲ୍ୟାୟନ କରି କୋର୍ଟ ଓ ପିଟିସନରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଜାନୁଆରୀ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..