ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY ସ୍ମାର୍ଟ କାର୍ଡ ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲା। ବାସୀଙ୍କୁ ଭେଟି ଦେବେ | ଦିନ ୧୧ ଟା ୩୦ରେ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ପିଟିଏସ୍ ପଡିଆରେ ଜିଲ୍ଲାସ୍ତରୀୟ ସଭାର ଆୟୋଜନ କରାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ସହ କାର୍ଡ ବଣ୍ଟନର ବ୍ୟବସ୍ଥା କରାଯାଇଛି। ନୟାଗଡ଼ ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ରହିବେ। କୋଭିଡ କଟକଣା ମଧ୍ୟରେ ଏହି ସଭାରେ ପ୍ରାୟ ୨ ଶହ କାର୍ଡ ବଣ୍ଟନ କରାଯିବା ସହ ପ୍ରତି ବ୍ଲକ୍ ସ୍ତରରେ କାର୍ଡ ବଣ୍ଟନ କରାଯିବ । ନୟାଗଡ଼ ଜିଲ୍ଲାର ୭ ଲକ୍ଷ ୭୦ ହଜାରରୁ ଅଧିକ ହିତାଧିକାରୀ ଏହି କାର୍ଡର ସୁବିଧା ପାଇବେ। ଏହାସହ ନୟାଗଡ଼ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ଆଜି BSKYରେ ଯୋଡିହେବ ଜଗତସିଂହପୁର ଜିଲ୍ଲା । ଭର୍ଚୁଆଲ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ BSKY କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟା ୫ ଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଜିଲ୍ଲାର ୮ ଲକ୍ଷ ୭୭ ହଜାର ୬୦ ଜଣ ହିତାଧିକାରୀଙ୍କୁ ଏହି ସ୍ମାର୍ଟ ହେଲ୍ ଥ କାର୍ଡ ବଣ୍ଟନ କରାଯିବ । ଏଥିରେ ୨ ଲକ୍ଷ ୩୮ ହଜାର ୬୧୪ ପରିବାର ଉପକୃତ ହେବେ । ଏଥିସହ ଭର୍ଚୁଆଲରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ ।ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ,ସାଂସଦ, ମନ୍ତ୍ରୀ ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ । ଏହାକୁ ଏଲଇଡି ମାଧ୍ୟମରେ ଲୋକ ମାନେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..