ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ଶ୍ରୀନଗରରେ ପୋଲିସ ବସ୍ ଉପକୁ ଆତଙ୍କବାଦୀ ଆକ୍ରମଣ କରିଥିକଲେ | ଏହା ପରେ ଆକ୍ସନ ମୋଡକୁ ଆସିଛି ସେନା । ପୁଞ୍ଛ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ୍ ସହ ଜାରି ରହିଛି ଏନକାଉଣ୍ଟର । ଏଥିରେ ନିପାତ ହୋଇଛି ଲସ୍କର-ଇ- ତୋଏବାର ଜଣେ ଆତଙ୍କବାଦୀ । ଏଠାରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ସର୍ଚ୍ଚ ଅପରେସନ୍ ଜାରି କରିଛି । ଯେଉଁଥିରେ ସବୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଟାର୍ଗେଟ ରଖିଛି ୧୬ ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜି ଟିମର ମିଳିତ ଶକ୍ତି । ସୂଚନା ମୁତାବକ, ଗତକାଲି ଶ୍ରୀନଗର ଉପକଣ୍ଠରେ ଥିବା ଜେଓ୍ବାନ ଅଞ୍ଚଳରେ ଥିବା ପାନ୍ଥା ଛକ ନିକଟରେ ଏକ ପୋଲିସ ବସ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୨ ଜଣ ପୋଲିସ କର୍ମୀ ସହିଦ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିଲେ। ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଆଜି ଆଉ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ- ମହମ୍ମଦର ଗ୍ରୁପ୍ କଶ୍ମୀର ଟାଇଗର ନିଜକୁ ଦାୟୀ କରିଥିଲା । ଏହି ଘଟଣା ପରେ ସୁରକ୍ଷାବଳ ଆତଙ୍କୀଙ୍କୁ ଚାରିପଟୁ ଘେରି ସର୍ଚ୍ଚ ଅପରେସନ୍ ଚଳାଇଛି ।






More Stories
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..