ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଏସଆଇଟି ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଏହି ଘଟଣା ଏକ ପୂର୍ବ ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା। ଯାହା ଫଳରେ ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଏକାଧିକ ଆହତ ହୋଇଥିଲେ। ଏ ପରିସ୍ଥିତିରେ ଏସଆଇଟିର ଏ ବୟାନ ଏବେ କେନ୍ଦ୍ର ସରକାରଙ୍କୁ ନେଇ କାଠଗଡ଼ାରେ ଛିଡ଼ା କରାଇ ଦେଇଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡି ଚାପାରେ ୫ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାର ପରବର୍ତ୍ତୀ ହିଂସାରେ ଆଉ ୪ ପ୍ରାଣହାନି ଘଟିଥିଲା । ଆଶିଷ ମିଶ୍ର ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ସହିତ ଗିରଫ କରିଥିଲା | ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ କରିବା ପାଇଁ ଏକ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା । ଉଲ୍ଲେଖ ଯୋଗ୍ୟ- ଅକ୍ଟୋବର ୩ ତାରିଖରେ ଗାଡି ଚଢିବାର ମାମଲା ଦୁର୍ଘଟଣା ନଥିଲା ବରଂ କୃଷକ ମାନଙ୍କୁ ହତ୍ୟା କରିବାର ଯୋଜନା ରହିଥିଲା ବୋଲି କୁହାଯାଇଛି । ସ୍ପିଡରେ ଗତି କରୁଥିବା ଆଶିଷ ମିଶ୍ରଙ୍କ ଏସୟୁଭି କୃଷକ ମାନଙ୍କ ଉପରେ ଚଢି ଯାଇଥିଲା । ଏସଆଇଟି ରିପୋର୍ଟ ପରେ ବର୍ତ୍ତମାନ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ମାମଲାରେ ଏସଆଇଟି ଗଠନ କରାଯାଇଥିବା ବେଳେ ଉତ୍ତର ପ୍ରଦେଶ ବାହାରର ୩ ଜଣ ଆଇପିଏସଙ୍କୁ ଏଥିରେ ସାମିଲ କରାଯାଇଥିଲା ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..