ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି BSKY ସ୍ମାର୍ଟ ହେଲ୍ଥ କାର୍ଡରେ ସାମିଲ ହେବ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିପାଇଁ ଉଭୟ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନରେ କେନ୍ଦ୍ରାପଡ଼ାରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍ସି˚ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଯୋଗ୍ୟ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନ କରିବେ । ଏଥିପାଇଁ ମ୍ୟୁନିସିପାଲିଟି ଟାଉନ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ମନ୍ତ୍ରୀ ଏବଂ ସାଂସଦ ସାମିଲ ହେବେ। କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୩ ଲକ୍ଷ ୧୫ ହଜାର ୩୦୨ ପରିବାରର ୧୧ ଲକ୍ଷ ୭୫ ହଜାର ୬୧୬ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଦେବାକୁ ତାଲିକା ପ୍ରସ୍ତୁତ ହୋଇଛି। ଯାଜପୁର ଜିଲ୍ଲାବାସୀଙ୍କୁ ଆଜି ସଂଧ୍ୟା ୫ଟାରେ ଭର୍ଚୁଆଲରେ BSKY ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଯାଜପୁର ଏନସି କଲେଜ ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….