ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳ ୨ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୨୮, ସଙ୍ଗରୋଧରୁ ୧୨୭, ସ୍ଥାନୀୟ ୯୧।ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୧୪୫ରେ ପହଞ୍ଚିଛି। ୧୯ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୧, ଭଦ୍ରକ ୧, କଟକ ୧୫, ଦେଓଗଡ ୨, ଗଞ୍ଜାମ ୫୭, ଜଗତସିଂହପୁର ୨, ଯାଜପୁର ୪, ଝାରସୁଗୁଡା ୧, କଳାହାଣ୍ଡି ୨, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୧୧୭, କୋରାପୁଟ ୧, ମୟୁରଭଞ୍ଜ ୭, ନୟାଗଡ ୨, ପୁରୀ ୩, ରାୟଗଡା ୧, ସମ୍ବଲପୁର ୭, ସୁନ୍ଦରଗଡ ୧୪ ,ଷ୍ଟେଟ ପୁଲରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାର । ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୩୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।






More Stories
ଓଡ଼ିଶାରେ SIR ସ୍ଥଗିତ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ…..