ରିପୋର୍ଟ କାର୍ଡ / ନବରଙ୍ଗପୁର
ବଟି ମାଗି ଜଣେ ମହିଳା ସାମ୍ୱାଦିକା ଗିରଫ ହୋଇଛନ୍ତି | ଏଭଳି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ | ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଉକ୍ତ ମହିଳା ସାମ୍ୱାଦିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏକ ୱେବ୍ ଚ୍ୟାନେଲ୍ ସହିତ ଏକ ଦୌନିକ ଖବର କାଗଜର ରାଇଘର ବ୍ଲକ୍ ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି ମହିଳା ସାମ୍ୱାଦିକା ମାମୁନି ଚକ୍ରବର୍ତ୍ତୀ। ସେ ହଳଦୀ ପଞ୍ଚାୟତ ବିଜଲିପାରା ଗ୍ରାମରେ ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଗୃହର ଠିକାଦାର ଗୋନା ଗାଁର ଜଗନ୍ନାଥ ନାୟକଙ୍କ ପତ୍ନୀ ସୁମୀତ୍ରାଙ୍କୁ ଫୋନ୍ କରି ୧୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ତାଙ୍କ ସ୍ୱାମୀଙ୍କ ନାଁରେ ବିଭିନ୍ନ ପ୍ରକାର ଖବର ପରିବେଷଣ କରିବେ ବୋଲି ମହିଳା ସାମ୍ୱାଦିକ ଧମକ ଚମକ ଦେଉଥିଲେ। ଠିକାଦାରଙ୍କ ପକ୍ଷରୁ ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ମାମୁନି ଚକ୍ରବର୍ତ୍ତୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ରହିଥିଲା। ପୋଲିସ ପ୍ରମାଣ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ସାମ୍ୱାଦିକା ମାମୁନୀ ଚକ୍ରବର୍ତ୍ତୀକୁ ଗିରଫ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି |






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..