ରିପୋର୍ଟ କାର୍ଡ / ଭୁବନେଶ୍ଵର
ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ଶିକ୍ଷକଙ୍କ ସହ ପିଇଟି ଶିକ୍ଷକ ନିଯୁକ୍ତି ପାଇଁ ୬ ହଜାର ୧୩୧ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଶେଷ ହୋଇଛି। ପ୍ରାୟ ୧୦ ହଜାର ୫ ଶହ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ଜିଲ୍ଲା ସ୍ତରରେ କାଗଜପତ୍ର କରାଯାଇଛି | ଏହା ପରେ ଗତକାଲି ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ଶେଷ ହୋଇଛି। ଆଜି କଳିଙ୍ଗ ଷ୍ଟାଡିୟମଠାରେ ଅଭିମୁଖୀକରଣ (ଓରିଏଣ୍ଟେସନ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଗଦର୍ଶନ ଦେବେ । ଆସନ୍ତା ୧୭ରୁ ନବନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ତାଙ୍କୁ ଦିଆଯାଇଥିବା ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିବେ। ନୂତନ ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ରୂପାନ୍ତରିତ ବିଦ୍ୟାଳୟେର ନିଯୁକ୍ତି ଦିଆଯିବ। କଟକ ଜିଲାର ସର୍ବାଧିକ ୪୩୮ ଶିକ୍ଷକ ନିଯୁକ୍ତି ପାଇଥିବାବେଳେ ଗଞ୍ଜାମ ଓ ସୁନ୍ଦରଗଡ଼ର ୩୯୧, ମୟୂରଭଞ୍ଜର ୩୮୨, କେନ୍ଦୁଝରର ୩୫୬, ବଲାଙ୍ଗୀରର ୩୩୦ ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୩୨ ଶିକ୍ଷକ ରହିଛନ୍ତି। କଳିଙ୍ଗ ଷ୍ଟାଡିୟମକୁ ପରିଚୟ ପତ୍ର, ଆଧାର କାର୍ଡ, ପର୍ସ ଓ ଫୋନ୍ ବ୍ୟତୀତ କୌଣସି ପ୍ରକାର ବ୍ୟାଗ୍ ନେବାକୁ ଅନୁମତି ମିଳିବନି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବିଭାଗୀୟ ପଦାଧିକାରୀ ଯୋଗଦେବେ। ସୂଚନାଯୋଗ୍ୟ କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ଜରିଆରେ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇଥିଲା। ପ୍ରାୟ ୩ ମାସ ମଧ୍ୟରେ ପରୀକ୍ଷା ହୋଇ ଫଳ ପ୍ରକାଶ ପାଇଛି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..