ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଜି ରାଜଧାନୀ ଦିଲ୍ଲୀରେ ଆଉ ୪ଟି ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କରୋନାର ଓମିକ୍ରନ ଭାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ଭାରତର ୧୧ ଟି ରାଜ୍ୟରେ ପହଂଚି ସାରିଲାଣି | ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୭୭ରେ ପହଞ୍ଚିଛି। ବର୍ତ୍ତମାନ ଦିଲ୍ଲୀରେ ଓମିକ୍ରନ୍ ମାମଲା ୧୦ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୧୦ ଜଣଙ୍କ ମଧ୍ୟରୁ ଜଣଙ୍କୁ ଡିସଚାର୍ଜ କରାଯାଇଛି ଏବଂ ନଅ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ନଥିବା ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ହେଉଛି ଓମିକ୍ରନ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଜ୍ୟ, ଯେଉଁଠାରେ ଏପର୍ୟ୍ୟନ୍ତ ସମୁଦାୟ ୩୨ ଟି ମାମଲା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ୧୭ ଟି ମାମଲା ସହିତ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଗୁଜୁରାଟ (୪), କର୍ଣ୍ଣାଟକ (୩), କେରଳ (୫), ଆନ୍ଧ୍ରପ୍ରଦେଶ (୧), ତେଲେଙ୍ଗାନା (୨), ପଶ୍ଚିମବଙ୍ଗ (୧), ଚଣ୍ଡିଗଡ଼ (୧), ତାମିଲନାଡୁ (୧) ରହିଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……