ରିପୋର୍ଟ କାର୍ଡ / ପୁରୀ
ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଆଜି ସକାଳେ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପ୍ରୋଟକଲ ଅଫିସର ଗୋପିନାଥ ମିଶ୍ର, ସିଟି ଡିଏସପି ଜନାର୍ଦ୍ଦନ ପାଢୀ ପ୍ରମୁଖ ସାମିଲ ଥିଲେ । ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ କୁମାର ଓ ତାଙ୍କ ଟିମ୍ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶ ମୂଳକ ପ୍ରସଙ୍ଗ ଉପରେ ବୁଧବାର ଦିନ ଆଲୋଚନା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସେ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମିଶିକି କିପରି ବିକାଶ ଦିଗରେ କାର୍ଯ୍ୟ କରିପାରିବେ ସେ ନେଇ ଆଲୋଚନା ହୋଇଛି। ରାଜ୍ୟ ସରକାର ଅନେକ ପ୍ରସଙ୍ଗ ଉଠାଇଛନ୍ତି। ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ। ଓଡ଼ିଶାକୁ ପ୍ରଶଂସା କରି ସେ କହିଥିଲେ ଯେ ୨୦୧୧-୨୦୨୦ ମଧ୍ୟରେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ବଢ଼ିଛି। ପୁଷ୍ଟି କ୍ଷେତ୍ରରେ ରାଜ୍ୟ ଭଲ କାମ କରିଛି। ବିକାଶ ପ୍ରକ୍ରିୟାକୁ କିପରି ତ୍ବରାନ୍ବିତ କରାଯାଇପାରିବ ଓ ଆକାଂକ୍ଷୀ ଜିଲ୍ଲାରେ ଭଲ କାର୍ଯ୍ୟ ପାଇଁ କି କି ପଦକ୍ଷେପ ନିଆଯାଇପାରିବ, ସେ ନେଇ ଆଲୋଚନା ହୋଇଛି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..