ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ମାତିଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ। ଜଣେ ଯୁବତୀଙ୍କ ପାଖରୁ ପର୍ସ ଲୁଟି ଦୌଡ଼ି ପଲାଉଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ। ପରେ ନିର୍ଧୁମ ଛେଚିଲେ। ଏଭଳି ଏକ ଘଟଣା ଆଜି ରସୁଲଗଡ଼ ଛକରେ । ଲକ୍ଷ୍ମୀପ୍ରିୟା ସାମଲ ନାମକ ଜଣେ ଯୁବତୀ ବମିଖାଲ୍ ଯିବା ପାଇଁ ରସୁଲଗଡ଼ ଛକରେ ଅଟକୁ ଅପେକ୍ଷା କରିଥିଲେ। କିଛି ସମୟ ଅପେକ୍ଷା କରିବା ପରେ ଆସିଲା ଗୋଟିଏ ଅଟୋ। ଲକ୍ଷ୍ମୀପ୍ରିୟା ସେହି ଅଟୋରେ ବସିବା ବେଳେ ତାଙ୍କ ବ୍ୟାଗରୁ ଜଣେ ଲେଡି ଲୁଟେରା ମନି ପର୍ସ ନେଇ ଯାଇଥିଲେ। କିନ୍ତୁ ଏ ସମ୍ପର୍କରେ କିଛି ଜାଣିପାରିନଥିଲେ ଲକ୍ଷ୍ମୀପ୍ରିୟା। ସେ ଅଟୋରେ ବସିବା ପରେ ନିଜ ପର୍ସ ଅଣ୍ଡାଳିଲା ବେଳକୁ ନଥିଲା। ସଙ୍ଗେ ସଙ୍ଗେ ଚାଳକକୁ କହିଥିବା ସହିତ ଅଟୋରୁ ଓହ୍ଲାଇ ପଡ଼ିଥିଲେ। ଅଟୋ ଚାଳକ ଏ ସମ୍ପର୍କରେ ଜାଣିପାରି ଅନ୍ୟ ସାଥୀମାନଙ୍କୁ କହି ଦେଇଥିଲେ। ଏହା ପରେ ଅନ୍ୟ ଅଟୋ ଚାଳକମାନେ ସନ୍ଦେହରେ ଜଣେ ଯୁବତୀଙ୍କୁ ଘେରି ଯାଇଥିଲେ। ଏହା ଦେଖି ଲେଡି ଲୁଟେରା ଚୋରି କରିଥିବା ମନିପର୍ସକୁ ଫିଙ୍ଗି ଦେଇଥିଲେ। ଏହା ପରେ ଲକ୍ଷ୍ମୀପ୍ରିୟ ପର୍ସ ଚୁରଣୀକୁ କାବୁ କରିନେଇଥିଲେ। ବହେ ଛେଚା ଯାଇଥିବା ଅଭିଯୋଗ ହୋଇଛି। ସେଠାରୁ ଚୁରଣୀଙ୍କ ସାଥୀମାନେ ଚମ୍ପଟ ମାରିଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କଠାରୁ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ନେଇଛି। ଯୁବତୀ ଜଣକ ଅଣ ଓଡ଼ିଆ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅସୁନାରେ ଯୁବତୀଙ୍କ ସହିତ ଆଉ ଚାରି ଜଣ ଥିଲେ। ସେମାନଙ୍କ ଭିତରେ ୩ ଜଣ ଯୁବତୀ ଓ ଜଣେ ପୁରୁଷ ଥିଲେ। ଫେରାର ଥିବା ଲୁଟେରାମାନଙ୍କ ପତ୍ତା ମିଳିନାହିଁ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..