Report Card Odisha

| Daily Odia News

ଅଧାରାସ୍ତାରେ ପ୍ରେମିକାକୁ ଛାଡ଼ି ଚମ୍ପଟ ମାରିଲା ପ୍ରେମିକ……

ରିପୋର୍ଟ କାର୍ଡ / ସମ୍ବଲପୁର

ଜୀବନସାଥୀ କରିବାର ସ୍ୱପ୍ନ ଦେଖାଇ ଉପଭୋଗ କରିବା ପରେ ଧୋକା ଦେଲା ପ୍ରେମ |ଷ୍ଟେସନ୍‌ରେ ଛାଡ଼ି ପଳାଇ ଯାଇଥିଲା ପ୍ରେମିକ। ପ୍ରେମିକ ପାଖରୁ ଧୋକା ପାଇବା ପରେ ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଧୋକାବାଜ୍‌ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଚାଳମାଲ ଥାନା ଅଞ୍ଚଳରେ ଘଟିଛି। ଚାରମାଲ ଥାନା ଥାନା ଅଞ୍ଚଳର ୨୧ ବର୍ଷିୟ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଭଲ ପାଉଥିଲା ସୁଶାନ୍ତ ଧଳ। ଏହି ସୁଯୋଗ ନେଇ ସୁଶାନ୍ତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ପରେ ଉଭୟ ଘରୁ ପଳାଇ ଯାଇଥିଲେ। ପରିବାର ଲୋକ ଝିଅକୁ ନପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେପଟେ ଉଭୟ ମାସେରୁ ଅଧିକ ସମୟରେ ଏଠିସେଠି ବୁଲିଥିଲେ। ପୀଡ଼ିତାଙ୍କ କହିବା ଅନୁସାରେ ଉଭୟ କଟକ, ଭୁବନେଶ୍ୱର, ପୁରୀ ଓ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ କିଛି ଦିନ ରହିବା ପରେ ଉଭୟ ଗାଁକୁ ଫେରୁଥିଲେ। ଗାଁ ଫେରିବା ରାସ୍ତାର ଯୁଯୁମୁରା ରେଳ ଷ୍ଟେସନଠାରେ ଯୁବତୀଙ୍କୁ ଛାଡି କେଉଁ ଆଡେ ସୁଶାନ୍ତ ଫେରାର ହୋଇଯାଇଥିଲା। ଅନ୍ୟ ଉପାୟ ନପାଇ ଚାରମାଳ ଥାନାରେ ଅଭିଯୋଗ କରିଥିଲେ ଯୁବତୀ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ପରିବାର ଲୋକ ଯୁବତୀଙ୍କୁ ଗ୍ରହଣ କରୁନଥିବାରୁ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି ବୋଲି ଏସଡିପିଓ କହିଛନ୍ତି।

 

Breaking News