Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ…..

ରିପୋର୍ଟ କାର୍ଡ / ବାଙ୍ଗାଲୋର

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରବିବାର ଦିନ ତାଙ୍କ ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି । ରାଜ୍ୟର ହାଭେରୀ ଜିଲ୍ଲାରେ ଥିବା ତାଙ୍କ ଶିଗଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପଦବୀ ତଥା ପ୍ରତିଷ୍ଠା ସମେତ ଏହି ଦୁନିଆରେ କିଛି ସ୍ଥାୟୀ ନୁହେଁ। ଏହି ଜୀବନ ମଧ୍ୟ ସବୁଦିନ ପାଇଁ ରହିବ ନାହିଁ | ଆମେ ଜାଣିନାହୁଁ କେତେ ଦିନ ପର୍ଯ୍ୟନ୍ତ ଆମେ ଏଭଳି ସ୍ଥିତିରେ ରହିପାରିବା | ଏହି ପଦବୀ ଏବଂ ପ୍ରତିଷ୍ଠା ମଧ୍ୟ ସ୍ଥାୟୀ ନୁହେଁ | ମୁଁ ସବୁବେଳେ ଏହି ସତ୍ୟକୁ ଧ୍ୟାନରେ ରଖିଥାଏ’। ବୋମାଇ ତାଙ୍କ ନିର୍ବାଚନମଣ୍ଡଳୀବାସୀଙ୍କ ପ୍ରତି କୃତଜ୍ଞତା ଜଣାଇବାବେଳେ କହିଥିଲେ ଯେ ସେ କେବଳ ସେମାନଙ୍କ ପାଇଁ’ ବାସବରାଜ କୌଣସି ମୁଖ୍ୟମନ୍ତ୍ରୀ ନୁହଁନ୍ତି | ସେ କହିଛନ୍ତି, ‘ଆଜି ଜଣେ ମୁଖ୍ୟମନ୍ତ୍ରୀ ଭାବରେ ମୁଁ କହୁଛି ଯେ ଯେତେବେଳେ ଶିଗଗାଓଁକୁ ଆସିଥାଏ, କେବଳ ବାସବରାଜ ହିଁ ହୋଇଥାଏ | ଯଦିଓ ବାହାରେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥାଇପାରେ, କିନ୍ତୁ ଏହା ସତ ଯେ ବାସବରାଜ ସ୍ଥାୟୀ ଏବଂ ଏକ ପଦ କେବେ ବି ସ୍ଥାୟୀ ନୁହେଁ’ | କିଛି ଏଭଳି ଭାବପ୍ରବଣ ବୟାନ ଦେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ବୋଧେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇପାରନ୍ତି | ସୂଚନା ଥାଉ କି ଯେ ବୋମାଇ ଜୁଲାଇ ୨୮ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ଦିନ ବିଏସ୍ ୟେଡିୟୁରପ୍ପା ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ କରି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

 

Breaking News