ରିପୋର୍ଟ କାର୍ଡ / ଆନନ୍ଦପୁର
ଆନନ୍ଦପୁର ଆରଆଇ ସୀମା ସିମନ୍ତିନୀ ସାହୁଙ୍କୁ ଅଫିସ୍ ଭିତରେ ପଶି ଜଣେ ଯୁବକ କଟୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଆକ୍ରମଣ କରିଥିବା ଯୁବକ ଗୋବିନ୍ଦ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୋବିନ୍ଦଙ୍କ ଘର ବାଙ୍ଖିଡ଼ି ଗାଁର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆରଆଇ ସୀମା ସିମନ୍ତିନୀ ନିଜ କାର୍ଯ୍ୟାଳୟରେ ବସିଥିଲେ। ହଠାତ୍ ଗୋବିନ୍ଦ ଅଫିସ ଭିତରକୁ ପଶି ଆସି ଆରଆଇଙ୍କୁ ଆକ୍ରମଣ କରିଛି | ତେବେ ଗୋବନ୍ଦି କାହିଁକି ଓ କ’ଣ ପାଇଁ ଆରଆଇଙ୍କୁ ଆକ୍ରମଣ କଲା ତାହା ଜଣାପଡିନାହିଁ। ପୋଲିସ ଏହି ଘଟଣାର ତଦନ୍ତ କରୁଛି |






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..