ରିପୋର୍ଟ କାର୍ଡ / ହାଇଦ୍ରାବାଦ
ପୁଣି ସମଲିଙ୍ଗୀ ବିବାହ ଚର୍ଚ୍ଚାକୁ ଆସିଛି | ଆପଣ ଯୁବତୀ -ଯୁବତୀ ବିବାହ କରିଥିବା ଶୁଣିଥିଲେ | ଏବେ ଦୁଇଜଣ ଯୁବକବିବାହ କରି ଚର୍ଚ୍ଚାକୁ ଆସିଛନ୍ତି | ସମ୍ପୂର୍ଣ୍ଣ ପରିବାରବର୍ଗ ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଔପଚାରିକ ଭାବେ ମୁଦି ବିନିମୟ କରିବା ସହ ବିବାହ କରିଛନ୍ତି ୨ ସମଲିଙ୍ଗୀ ଯୁବକ । ଜଣେ କୋଲ୍କାତା ଏବଂ ଅନ୍ୟ ଜଣେ ହାଇଦ୍ରାବାଦର। ଏଥିପାଇଁ ହାଇଦ୍ରାବ ଉପକଣ୍ଠରେ ଅବସ୍ଥିତ ଗୋଟାଏ ରିସର୍ଟରେ ଶନିବାର ଦିନ ଘରୋଇ ଉତ୍ସବ ଆୟୋଜନ କରାଯାଇଥିଲା। ବିବାହ କରିଥିବା ଦୁଇ ଯୁବକ ହେଲେ ୩୧ ବର୍ଷିୟ ସୁପ୍ରିୟ ଚକ୍ରବର୍ତ୍ତୀ ଏବଂ ୩୪ ବର୍ଷିୟ ଅଭୟ ଡାଙ୍ଗ୍। ଉଭୟ ବଙ୍ଗୀୟ ଏବଂ ପଞ୍ଜାବୀ ରୀତିନୀତିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା। କୋଲ୍କାତା ନିବାସୀ ସୁପ୍ରିୟ ହେଉଛନ୍ତି ଏକ ପ୍ରଖ୍ୟାତ ହୋଟେଲ୍ ମ୍ୟାନେଜ୍ମେଣ୍ଟ୍ ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକ ଏବଂ ଦିଲ୍ଲୀ ନିବାସୀ ଅଭୟ ହେଉଛନ୍ତି ଏକ ବହୁରାଷ୍ଟ୍ରୀୟ କମ୍ପାନିର ଜଣେ କର୍ମଚାରୀ। ଦୀର୍ଘ ୮ ବର୍ଷ ଧରି ସମ୍ପର୍କ ରଖି ଆସିଥିବା ଉପରୋକ୍ତ ଯୋଡ଼ି ବିବାହ କରିବା ପରେ ଏବେ ଔପଚାରିକ ଭାବେ ‘ସ୍ବାମୀ ଓ ସ୍ବାମୀ’ ହୋଇଛନ୍ତି। ‘ଡିଲୋଇଟ୍’ର ପୂର୍ବତନ ପରିଚାଳକ ଥିବା ହାଇଦ୍ରାବାଦର ସୋଫିଆ ଡେଭିଡ୍ ନାମରେ ଜଣେ ସମଲୈଙ୍ଗିକ ବ୍ୟକ୍ତି ଉକ୍ତ ବିବାହ ଉତ୍ସବ ପରିଚାଳନା କରିଥିଲେ।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..