ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଧୀରେ ଧୀରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ଶୁଦ୍ଧ ସମୁଦାୟ ୧୨ ରାଜ୍ୟରେ ଓମିକ୍ରନ୍ ପହଞ୍ଚି ସାରିଲାଣି । ଦିଲ୍ଲୀରେ ଓମିକ୍ରନ୍ର ଆଉ ଚାରିଟି ନୂତନ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋଟ ସଂକ୍ରମିତ ସଂଖ୍ୟା ୨୬ କୁ ପହଞ୍ଚିଛି। ଆଜି ମିଳିଥିବା ୪ ଜଣ ନୂତନ ରୋଗୀଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି ୨୬ ରୋଗୀଙ୍କ ମଧ୍ୟରୁ ୧୨ ଜଣଙ୍କୁ ଡିସଚାର୍ଜ କରାଯାଇଛି ଏବଂ ୧୨ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି କେରଳରେ ମଧ୍ୟ ଆଉ ୪ ନୂଆ ଓମିକ୍ରନ ମାମଲା ସାମ୍ନାକୁ ଆସିଛି। ଫଳରେ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୬୧ ଟି ମାମଲା ଚିହ୍ନଟ ହୋଇସାରଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୫୪ ସଂକ୍ରମିତ ହୋଇଥିବା ଜଣାପଡିଛି। ରବିବାର ଦିନ ରାଜଧାନୀ ଦିଲ୍ଲୀରେ ୧୦୭ ଟି କରୋନା ମାମଲା ଚିହ୍ନଟ ହୋଇଥିଲା , ଯାହାକି ଛଅ ମାସ ପରେ ଗୋଟିଏ ଦିନରେ ସର୍ବାଧିକ କରୋନା ମାମଲା ଅଟେ। ମହାରାଷ୍ଟ୍ରରେ ମଧ୍ୟ କରୋନା ମାମଲାରେ ବୃଦ୍ଧି ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ରବିବାର ଦିନ ଏଠାରେ ୯୦୨ ଟି ମାମଲା ଚିହ୍ନଟ ହୋଇଥିଲା ।






More Stories
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..