ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜେଲ୍ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ଜେଲ୍ରୁ ମୁକୁଳିଛନ୍ତି । ଖବର ଅନୁଯାୟୀ, ରାଜା ଆଚାର୍ଯ୍ୟ ୨୦୨୦ ଅକ୍ଟୋବର ମାସରେ ଗିରଫ ହେବା ପରେ ପୁଲିସ୍ ତାଙ୍କ ବିରୋଧରେ ଏନ୍ଏସ୍ଏ ଓ ୧୧୦ ଲଗାଇଥିଲା । ଗତ ୧୮ ତାରିଖରେ ଏନ୍ଏସ୍ଏ ସରିଥିଲା । ସୋମବାର ଅପରାହ୍ଣରେ କୋର୍ଟରୁ ୧୧୦ରେ ଜାମିନ୍ ମିଳିବା ପରେ ସନ୍ଧ୍ୟାରେ ସେ ଜେଲ୍ରୁ ବହାରିଥିଲେ । ଦାଦାବଟି ମାଗିବା ଅଭିଯୋଗରେ ରାଜା ସହ ତାର ୨ ସହଯୋଗୀ ଶିରିପୁରରର ନୃସିଂହ ବେହେରା ଓ ବିଜେବି ନଗର ବିନୟ ଦାସଙ୍କୁ ଗିରଫ କରିଥିଲା କ୍ୟାପିଟାଲ୍ ଥାନା ପୁଲିସ୍ । ସେବେ ଠାରୁ ସେ ଜେଲ୍ରେ ଥିଲା ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….