ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଅକ୍ରାଙ୍କର ମୃତ୍ୟୁ ହୋଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୫ ଜଣ ରହିଛନ୍ତି। ସଂଗରୋଧରୁ ୮୬ ଓ ସ୍ଥାନୀୟ ସଂକ୍ରମିତ ୬୦ ଜଣ ଥିବା ଜଣାଯାଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୧୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ରାଜ୍ୟର ବାଲେଶ୍ୱରରେ ୪, ବରଗଡ ୧, ଭଦ୍ରକ ୨, କଟକ ୧୪, ଦେବଗଡ ୩, ଢେଙ୍କାନାଳ ୧, ଗଞ୍ଜାମ ୨ ଓ ଯାଜପୁରରେ ୩ ଜଣ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡା ୩, ଖୋର୍ଦ୍ଧା ୭୨, ମୟୁରଭଞ୍ଜ ୧, ନୟାଗଡ ୩, ପୁରୀ ୪, ସମ୍ବଲପୁର ୭, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଆଜିର ଜଣେ ମୃତକରହିଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୬ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….