Report Card Odisha

| Daily Odia News

ଓମିକ୍ରନ କୁ ନେଇ ବିଏମ୍‌ସିର ପ୍ରସ୍ତୁତ, ଭିଡ଼ ଜମୁଥିବା ସ୍ଥାନ ଉପରେ କଡ଼ା ନଜର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନାର ନୂଆ ପ୍ରଜାତି ଓମିକ୍ରନ ବିଶ୍ୱରେ କାୟାବିସ୍ତାର କରିଛି | ଦେଶରେ ୨ଶହ ପରେ ଓମିକ୍ରନଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳ ଆଜି ଓଡିଶ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଓମିକ୍ରନ ପଜିଟିଭ୍‌ କେସ୍‌ର ମୁକାବିଲା ପାଇଁ ବିଏମସି ପୁରା ପ୍ରସ୍ତୁତ ରହିଛି । ବିଏମସି ନିଜର ୪୫ଟି ଆଇସୋଲେସନ ବେଡକୁ ପ୍ରସ୍ତୁତ ରଖିଛି । ଏହାଛଡା ଆଇଏମଏସ ଆଣ୍ଡ ସମ୍ ହସପିଟାଲରେ ବି ବେଡ ପ୍ରସ୍ତୁତ ରଖାଯାଇଛି ବୋଲି ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଦେଶ ଫେରନ୍ତାଙ୍କ ସର୍ଭେଲାନ୍ସ ଚାଲିଛି । ଟ୍ରେସିଂ, ଟ୍ରାକିଙ୍ଗ ଚାଲିଛି। ଡିସେମ୍ବର ୧ ରୁ ଆଜି ଯାଏ ୧୦୦୦ ନାଗରିକ ବିଦେଶରୁ ଆସିଲେଣି। ସେଥି ମଧ୍ୟରୁ ସଂକ୍ରମିତ ଦେଶରୁ ୩୫୦ ଜଣ ଆସିଛନ୍ତି । କିନ୍ତୁ ପଜିଟିଭ ବାହାରିନାହିଁ । ଯଦି କେହି ଓମିକ୍ରନ ସଂକ୍ରମଣ ହୁଅନ୍ତି ତେବେ ତାଙ୍କୁ ସାତ ଦିନ ସରକାରୀ ଆଇସୋଲେସନରେ ରଖାଯିବ । ଅଷ୍ଟମ ଦିନ ପୁଣି ଥରେ ଟେଷ୍ଟ ହେବ । ନେଗେଟିଭ ଆସିଲେ ଘରକୁ ଫେରିବାକୁ ଅନୁମତି ମିଳିବ । ସେହିପରି ବିଏମସି ଅଫିସର କଣ୍ଟ୍ରୋଲ ରୁମରୁ ସବୁ ସ୍ଥିତି ଉପରେ ନଜର ରଖାଯାଇଛି। ରାଜ୍ୟ ସରକାରଙ୍କ ଦ୍ଵାରା ଚିହ୍ନଟ ହୋଇଥିବା କୋଭିଡ୍ ହସପିଟାଲମାନଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଖାସ୍ କରି ମାର୍କେଟ ଗହଳି ଉପରେ ନଜର ରହିଛି ବିଏମସି । କଟକ ଓ ଜଗତସିଂହପୁରର ରୋଗୀ ଭୁବନେଶ୍ୱର ଆସିବା ନେଇ କିଛି ଖବର ନାହିଁ ବୋଲି କହିଛନ୍ତି ବିଏମସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ ।

Breaking News