ରିପୋର୍ଟ କାର୍ଡ / କଟକ
ଆରଟିଓରେ ଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ନିୟମିତ ହେବେ | ଆଉଟ୍ ସୋର୍ସିଂରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ନିୟମିତ ହେବେ ବୋଲି ଆଜି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ୩୫୦ କର୍ମଚାରୀ ଏଥିରୁ ଉପକୃତ ହେବେ । ଏହା ପୂର୍ବରୁ ନଭେମ୍ବର ମାସରେ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ପ୍ରାୟ ୧୫ ଶହ ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହୋଇଥିଲେ । ଯୋଗ୍ୟତା ଆଧାରରେ ସେମାନଙ୍କୁ ନିୟମିତ କରାଇବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଆଉଟସୋର୍ସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଥିବା ଡାଟା ଏଣ୍ଟ୍ରି ଅପରେଟରମାନେ ନିଯୁକ୍ତି ପାଇଥିଲେ । ଲୋକାଲ ଫଣ୍ଡ ଅଡିଟ୍, ସବ୍ରେଜିଷ୍ଟ୍ରିରେ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ