ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡେଲଟା ଠାରୁ କ୍ଷିପ୍ର ଗତିରେ ମାଡିଚାଲିଛି ଓମ୍ରିକନ | ଦେଶର ଓମ୍ରିକନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪୮୮ ଜଣ ସୁସ୍ଥ ହେଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୫୧, ତାମିଲନାଡୁ ୧୧୮, ଗୁଜରାଟ ୧୧୫ ଓ କେରଳରେ ୧୦୯ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଜସ୍ଥାନ ୬୯, ତେଲେଙ୍ଗାନା ୬୨, ହରିଆଣା ୩୭, କର୍ଣ୍ଣାଟକ ୩୪, ଆନ୍ଧ୍ରପ୍ରଦେଶ ୧୭ ଓ ପଶ୍ଚିମବଙ୍ଗରେ ୧୭ ଜଣ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବାବେଳେ ମଧ୍ୟପ୍ରଦେଶ ୯, ଉତ୍ତର ପ୍ରଦେଶ ୮, ଉତ୍ତରାଖଣ୍ଡ ୪, ଚଣ୍ଡିଗଡ ଓ ଜମ୍ମୁ କାଶ୍ମୀରରେ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଣ୍ଡାମାନ ନିକୋବରରେ ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ, ମଣିପୁର, ପଞ୍ଜାବରେ ଜଣେ ଲେଖାଏଁ ଏହି ପ୍ରକରଣରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଜଣ ଓମିକ୍ରନରୁ ସୁସ୍ଥ ହୋଇସାରିଛନ୍ତି। ସେହିଭଳି ଦିଲ୍ଲୀରେ ୫୭, ତାମିଲନାଡୁ ୪୦, ଗୁଜରାଟ ୬୯, ରାଜସ୍ଥାନ ୬୧, ତେଲେଙ୍ଗାନା ୧୮, ହରିଆଣା ୨୫, କର୍ଣ୍ଣାଟକ ୧୮ ଏବଂ ମଧ୍ୟପ୍ରଦେଶରେ ୯ ଜଣ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ଜଣେ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..