ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ୧୫ ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ ‘କୋୱିନ୍ ପୋର୍ଟାଲ୍’ରେ କୋଭିଡ୍-୧୯ ନିରୋଧୀ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେଉବ | ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନମସୁଖ ମଣ୍ଡାଭୀୟ କହିଛନ୍ତି। ଏଥିପାଇଁ ଆପଣା ପରିବାରରେ ଥିବା ଯୋଗ୍ୟ ପିଲାଙ୍କୁ ପଞ୍ଜିକୃତ କରିବା ଲାଗି ଟୁଇଟ୍ କରି ସ୍ବାସ୍ଥ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି: ପିଲାଏ ସୁରକ୍ଷିତ ଥିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ। ନବବର୍ଷ ଅବସରରେ ଆଜି ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ କୋଭିଡ୍-୧୯ ଟିକାକରଣ ପାଇଁ ‘କୋୱିନ୍ ପୋର୍ଟାଲ୍’ରେ ପଞ୍ଜିକରଣ ଆରମ୍ଭ କରାଯାଉଛି। ଜନସାଧାରଣଙ୍କୁ ମୋର ଅନୁରୋଧ, ଯୋଗ୍ୟ ପିଲାମାନଙ୍କର ଟିକାକରଣ ନିମନ୍ତେ ସେମାନଙ୍କର ପଞ୍ଜିକରଣ କରାନ୍ତୁ। ସୂଚନାଯୋଗ୍ୟ, ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ଜାନୁଆରି ୩ ତାରିଖରୁ ଆରମ୍ଭ ହେଉଛି।
ଆଜିଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ପଞ୍ଜିକରଣ ଆରମ୍ଭ……






More Stories
୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର…..
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..