ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ୧୫ ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ ‘କୋୱିନ୍ ପୋର୍ଟାଲ୍’ରେ କୋଭିଡ୍-୧୯ ନିରୋଧୀ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେଉବ | ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନମସୁଖ ମଣ୍ଡାଭୀୟ କହିଛନ୍ତି। ଏଥିପାଇଁ ଆପଣା ପରିବାରରେ ଥିବା ଯୋଗ୍ୟ ପିଲାଙ୍କୁ ପଞ୍ଜିକୃତ କରିବା ଲାଗି ଟୁଇଟ୍ କରି ସ୍ବାସ୍ଥ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି: ପିଲାଏ ସୁରକ୍ଷିତ ଥିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ। ନବବର୍ଷ ଅବସରରେ ଆଜି ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ କୋଭିଡ୍-୧୯ ଟିକାକରଣ ପାଇଁ ‘କୋୱିନ୍ ପୋର୍ଟାଲ୍’ରେ ପଞ୍ଜିକରଣ ଆରମ୍ଭ କରାଯାଉଛି। ଜନସାଧାରଣଙ୍କୁ ମୋର ଅନୁରୋଧ, ଯୋଗ୍ୟ ପିଲାମାନଙ୍କର ଟିକାକରଣ ନିମନ୍ତେ ସେମାନଙ୍କର ପଞ୍ଜିକରଣ କରାନ୍ତୁ। ସୂଚନାଯୋଗ୍ୟ, ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ଜାନୁଆରି ୩ ତାରିଖରୁ ଆରମ୍ଭ ହେଉଛି।
ଆଜିଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ପଞ୍ଜିକରଣ ଆରମ୍ଭ……






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..