ରିପୋର୍ଟ କାର୍ଡ / ବଲାଙ୍ଗୀର
ପୋଲିସ ଛେଳି ଚୋରି କରି ଭୋଜି କରି ଖାଇଗଲେ ମାଂସ। ଏନେଇ ଅଭିଯୋଗ ଆସିବା ପରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନାର ଏଏସ୍ଆଇ ସୁମନ ମଲ୍ଲିକଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ଏହାପରେ ବଲାଙ୍ଗିର ଏସ୍ପି ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସମ୍ପୃକ୍ତ ଏଏସ୍ଆଇଙ୍କୁ ସସ୍ପେଣ୍ଡ କରି ଦେଇଛନ୍ତି। ସିନ୍ଧେକେଲା ଗାଁର ସଂକୀର୍ତ୍ତନ ଗୁରୁ ଅଭିଯୋଗ କରିଛନ୍ତି, ତାଙ୍କର ଦୁଇଟି ଛେଳିକୁ ଏଏସ୍ଆଇ ସୁମନ ମଲ୍ଲିକଙ୍କ ସମେତ ଆଉ କିଛି ପୁଲିସ୍ ଚୋରି କରି ନେଇ ଖାଇ ଦେଇଛନ୍ତି । ପୁଲିସ୍ମାନେ ଛେଳି ୨ଟିକୁ ତାଙ୍କ ବାଡ଼ିରୁ ଟେକି ନେଇ କାଟୁଥିବା ବେଳେ ଦେଖି ଦେଇଥିଲେ ସଂକୀର୍ତ୍ତନଙ୍କ ପରିବାର ଓ ସ୍ଥାନୀୟ ଲୋକେ । ପ୍ରତିବାଦ କରିବାରୁ ଓଲଟି ପୁଲିସ୍ ସେମାନଙ୍କୁ ନାଲି ଆଖି ଦେଖାଇଥିବା କହିଛନ୍ତି ସଂକୀର୍ତ୍ତନ । ଏହି ଘଟଣାକୁ ନେଇ ଗତକାଲି ସାଂଘାତିକ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ଅଭିଯୋଗ ଜଣାଇବାକୁ ଥାନାରେ ପହଞ୍ଚି ଥାନା ଘେରାଉ କରିଥିଲେ। ଏପରିକି ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ଥାନା ଅଧିକାରୀ ଉଦ୍ୟମ କରିଥିବା ବେଳେ ତାହା ସଫଳ ହୋଇ ନ ଥିଲା। ଶେଷରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବଲାଙ୍ଗିର ଏସ୍ପି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..