ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୨ରେ କରୋନା ମହାମାରୀକୁ ହରାଇ ହେବ। କିନ୍ତୁ ବୈଶ୍ବିକ ଟିକାକରଣ ସଫଳ ନହେଲେ ମହାମାରୀ ଯିବନାହିଁ ଏବଂ ଏହା ସଂକ୍ରମଣ କରିଚାଲିଥିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତତି। ‘ହୁ’ ମୁଖ୍ୟ କହିଛନ୍ତି, ବୈଶ୍ବିକ ଟିକାକରଣ ଶେଷ ନହେଲେ ମହାମାରୀ ଯିବ ବୋଲି ଆମେ ଆଶ୍ବସ୍ତ ହୋଇପାରିବା ନାହିଁ। ଟିକା ଗଚ୍ଛିତ ରଖିବା ବିରୋଧରେ ସେ ସତର୍କ କରାଇଛନ୍ତି। ଟେଡ୍ରସ୍ କହିଛନ୍ତି, ଟିକା ବଣ୍ଟନରେ ସମାନତା ରହୁନଥିବାରୁ ସଂକ୍ରମଣ ବଢ଼ିବାର ବିପଦକୁ ଏହା ବଢ଼ାଉଛି। ସଂକୀର୍ଣ୍ଣ ଜାତୀୟତାବାଦ ଏବଂ ଟିକା ଗଚ୍ଛିତ ରଖିବା ଦ୍ବାରା ଯୋଗାଣରେ ବଡ଼ ଅସମତା ଦେଖିବାକୁ ମିଳିଛି। ଏହାଦ୍ବାରା ବିପଦ ଏତେ ବଢ଼ିଯିବ ଯେ, କିଛି ଆକଳନ କରିହେବ ନାହିଁ। ଟେଡ୍ରସ୍ କହିଛନ୍ତି, ଯଦି ଆମେ ପକ୍ଷପାତକୁ ଶେଷ କରିପାରିବା ତେବେ ଆମେ ମହାମାରୀକୁ ଶେଷ କରିପାରିବା।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..