ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜେଧାନୀ ଭୁବନେଶ୍ୱରରେ ଥିବା ସୃଷ୍ଟି କଲେଜର ଏମବିଏ ଛାତ୍ରୀ ସୁଶ୍ରୀ ପ୍ରଜ୍ଞାମିତା ସେଠିଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ମିଳିଥିଲା । ସୁଶ୍ରୀ ଆତ୍ମହତ୍ୟା ପଛରେ କ’ଣ କାରଣ ଥାଇପାରେ, ଯାହାକି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆସନ୍ତା ୩ ତାରିଖରେ ରସୁଲଗଡ଼ ଅଞ୍ଚଳର ଏକ କମ୍ପାନୀରେ ସୁଶ୍ରୀ ଚାକିରିରେ ଜଏନ କରିବାର ଥିଲା । ମାତ୍ର କ’ଣ ଏପରି ଘଟିଲା, ସେ ସୁଶ୍ରୀ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ତେବେ ସୁଶ୍ରୀଙ୍କ ବାପା କହିଥିଲେ ଯେ, ସେ ତାଙ୍କ ଝିଅ ସହ ଫୋନରେ କଥା ହୋଇ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । କଥା ହେବା ସମୟରେ ସୁଶ୍ରୀ ବହୁତ ଖୁସି ଥିବା ଜଣାପଡ଼ିଥିଲା । ପରେ ତାଙ୍କ ଝିଅର ଅବସ୍ଥା ଗୁରୁତର ଥିବା କଲେଜ କର୍ତ୍ତୃପକ୍ଷ ଜଣାଇଥିବା ସେ କହିଥିଲେ । ସେହିପରି ସୁଶ୍ରୀ ଜଣେ ଭଲ ଛାତ୍ରୀ ଥିବା କଲେଜର ଜଣେ ଷ୍ଟାଫ୍ କହିଥିଲେ । ଜଣାପଡ଼ିଛି ଯେ, ସୁଶ୍ରୀ କଲେଜ ଛାତ୍ରୀନିବାସରେ ଦୁଇଜଣ ସାଙ୍ଗଙ୍କ ସହ ରହୁଥିଲେ । ଅନ୍ୟ ଦୁଇଜଣ ନୂଆବର୍ଷ ପାଇଁ ଛୁଟିରେ ଯାଇଥିବା ବେଳେ ସେ ହଷ୍ଟେଲରେ ଏକା ଥିଲେ । ସେ ତାଙ୍କ ପ୍ରେମିକଙ୍କ ସହ ଭିଡିଓ କଲରେ କଥା ହେବା ପରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଅତିଷ୍ଠ ହୋଇ ସୁଶ୍ରୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ସେହିପରି ଗତ ଗୁରୁବାର ଦିନ ସୁଶ୍ରୀ ତାଙ୍କ ବାପାଙ୍କୁ ୪୫ ହଜାର ଟଙ୍କା କ’ଣ ପାଇଁ ମାଗିଥିଲେ ସେ ନେଇ ପୋଲିସ ତଦନ୍ତ କରୁଛି । ଅନ୍ୟପଟେ ସୁଶ୍ରୀଙ୍କ ପ୍ରେମିକଙ୍କୁ ଖୋଜିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଥିବା ଜଣାପଡ଼ିଛି ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..